Homebreaking news୬୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ୍, ୨ ଅଭିଯୁକ୍ତ ଗିରଫ

୬୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ୍, ୨ ଅଭିଯୁକ୍ତ ଗିରଫ

କଟକ, (୨୫/୧୦) : ଆପ୍ର : ଦୁଇଟି ଭିନ୍ନ ଘଟଣାରେ ୬୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ୍ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

୩୯୦ ଗ୍ରାମ ବ୍ରାଉନସୁଗାର ଜବତ୍ କଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ୟୁନିଟ୍ -୨ । କଟକ ସଦର ଥାନା ଅଞ୍ଚଳର ଶିଶିର ନାୟକ ଓ ଓଲଟପୁର ଥାନା ଅଞ୍ଚଳର ରଞ୍ଜନ ଭୋଇ ଗିରଫ । ବିଶେଷ ସୂତ୍ରରୁ ଖବର ପାଇ ସଦର ଥାନା ଅନ୍ତର୍ଗତ ୱାଟର ପାର୍କ ନିକଟରେ ମାଡ଼ି ବସିଲା ଅବକାରୀ ଟିମ୍ । ଅଭିଯୁକ୍ତ ଠାରୁ ଏକ ବାଇକ୍ ମଧ୍ୟ ଜବତ ହୋଇଛି ।

ସେହିପରି ଅନ୍ୟ ଏକ ଘଟଣାରେ ୨୨୭ ଗ୍ରାମ ବ୍ରାଉନ ସୁଗାର ଜବତ୍ ହୋଇଛି । ଜଗତପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନାରାୟଣ ସାହୁ କଲେଜ ନିକଟ ରାସ୍ତାରେ ଚଢ଼ାଉ କରି ଜବତ୍ କରିଛି ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ ୟୁନିଟ ୱାନ। ବୈରୀ ଥାନା ଅଞ୍ଚଳର ଅଭିଯୁକ୍ତ କେଶବ ଚନ୍ଦ୍ର ବେହେରାକୁ ଗିରଫ କରାଯାଇଛି । ନିଶା ଦ୍ରବ୍ୟ ନେଇ ଯାଜପୁରରୁ କଟକ ଆସିଥିଲା ଅଭିଯୁକ୍ତ। ଅଭିଯୁକ୍ତଠାରୁ ଗୋଟିଏ ସ୍କୁଟି ଓ ମୋବାଇଲ ଫୋନ୍ ଜବତ୍ କଲା ଅବକାରୀ ଟିମ୍ । ଜବତ୍ ନିଶା ଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ୨୩ ଲକ୍ଷ ୪୦ ହଜାର ଟଙ୍କା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments