Homelocal୫ ଜିଲ୍ଲାରେ ୨୮ ଓ ୨୯ ସ୍କୁଲ-କଲେଜ ଛୁଟି ଘୋଷଣା, ଜିରୋ କାଜୁଆଲିଟି ଲକ୍ଷ୍ୟ ବୋଲି...

୫ ଜିଲ୍ଲାରେ ୨୮ ଓ ୨୯ ସ୍କୁଲ-କଲେଜ ଛୁଟି ଘୋଷଣା, ଜିରୋ କାଜୁଆଲିଟି ଲକ୍ଷ୍ୟ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (୨୫/୧୦) : ଆପ୍ର : ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ଅର୍ଣ୍ଣବ । ଆସନ୍ତା ୨୮ ତାରିଖ ଅପରାହ୍ଣରେ ବାତ୍ୟା କରିପାରେ ଲ୍ୟାଣ୍ଡଫଲ୍ ।

ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାକୁ ବାତ୍ୟା ଅର୍ଣ୍ଣବ ପ୍ରଭାବିତ କରିବା ଆକଳନ କରାଯାଇଛି । ଏହି ସମୟରେ ଦକ୍ଷିଣ ଓଡ଼ିଶାରେ ଅଧିକ ବେଗରେ ବର୍ଷା ଓ ପବନ ବହିବ । ଗଞ୍ଜାମ, ଗଜପତି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, କଳାହାଣ୍ଡି ଗୁରୁତର ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହାକୁ ଆଖି ଆଗରେ ରଖି ମାଲକାନଗିରି, ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡା ଜିଲ୍ଲାରେ ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ସ୍କୁଲ୍ , କଲେଜ ଛୁଟି ଘୋଷଣା କରାଯାଇଛି । ଅନ୍ୟ ଜିଲ୍ଲାର ପରିସ୍ଥିତି ନେଇ ବାକି ଜିଲ୍ଲାର ଜିଲ୍ଲାପାଳ ନିଷ୍ପତ୍ତି ନେବେ । ତେବେ ବାତ୍ୟା ମୁକାବିଲା ପାଇଁ ରାଜ୍ୟସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ।

ଜିରୋ କାଜୁଆଲିଟି ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିପରି ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ପ୍ରଥମେ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ବିଶେଷ କରି ରୋଗୀ, ବରିଷ୍ଠ ନାଗରିକ, ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର ଦିଗରେ ପ୍ରାଥମିକତା ଦିଆଯିବ । ଅପରପକ୍ଷେ ଓଡ୍ରାଫ୍ , NDRF, ଅଗ୍ନିଶମ ବାହିନୀ ପ୍ରମୁଖ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିଥିବା ଜଣାପଡ଼ିଛି । ସେହିପରି ବାତ୍ୟାକୁ ଆଖି ଆଗରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଯେଉଁ ମତ୍ସ୍ୟଜୀବୀ ବିନା ସୂଚନାରେ ସମୁଦ୍ର ମଧ୍ୟକୁ ଯାଇଛନ୍ତି, ସେମାନଙ୍କୁ ଫେରିଆସିଵା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments