Homelocalକେସିଙ୍ଗା ତେରାପନ୍ଥ ୟୁବକ ପରିଷଦ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

କେସିଙ୍ଗା ତେରାପନ୍ଥ ୟୁବକ ପରିଷଦ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

କେସିଙ୍ଗା, (୨୩/୦୯ ) : ଆପ୍ର : “ରକ୍ତଦାନ” ମହତ୍ ଦାନ ବୋଲି କୁହାଯାଏ । ସାରା ଭାରତ ବର୍ଷରେ ତେରାପନ୍ଥ ୟୁବକ ପରିଷଦ ପକ୍ଷରୁ “ରକ୍ତଦାନ କର୍ତ୍ତବ୍ୟମ” କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଏହି “ରକ୍ତଦାନ କର୍ତ୍ତବ୍ୟମ” କାର୍ଯ୍ୟକ୍ରମ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ଆଦାନୀ ଏସିସି କମ୍ପାନୀ ସହ ମିଶି ସାରା ଭାରତ ବର୍ଷରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କେସିଙ୍ଗା ତେରାପନ୍ଥ ୟୁବକ ପରିଷଦ ସଭାପତି ଅଭିଷେକ ଜୈନଙ୍କ ନେତୃତ୍ଵରେ କେସିଙ୍ଗା ତେରପନ୍ଥ ଭବନ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଛି । ସୂଚନା ଅନୁଯାୟୀ ସକାଳୁ ଦଶଟାରୁ ଆରମ୍ଭ ହୋଇ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ୭୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଯହାର ଲାଲ ମହାନନ୍ଦ ଓ ସହଯୋଗୀ ସହ କେସିଙ୍ଗା ତେରାପନ୍ଥ ୟୁବକ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments