Homeaccidentହାଇୱା ପଛରେ ପିଟି ହେଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ

ହାଇୱା ପଛରେ ପିଟି ହେଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ

ଯୋଡା, (୦୪/୦୯) : ଆପ୍ର : ହାଇୱା ପଛରେ ପିଟିଲା ବାଇକ୍ । ରୁଗୁଡି ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ବାରବାଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଳିଗଲା ବାଇକ୍ ।

ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ । ସୂଚନା ଅନୁସାରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ହାଇୱା ପଛରେ ପିଟିଲା ବାଇକ୍ । ହଠାତ ବାଇକରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଗଲା । ଭାଗ୍ୟ ବସତ ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ। ଜଣେ ଯୁବକ ଏକ ପଲସର୍ (୧୫୦) ବାଇକ ରେ ଭଦ୍ରାସାହି ପଟୁ ରୁଗୁଡ଼ି ଅଭିମୁଖେ ଯାଉଥିଲେ ।ତେବେ ସେ ଅନ୍ୟ ମନସ୍କ କାରଣରୁ ଆଗରେ ଏକ ହାଇୱା ଛିଡ଼ା ହୋଇ ରହିଥିବା ଦେଖିପାରିଲେ ନାହିଁ । ଯାହା ଫଳରେ ସେ ଛିଡ଼ା ହୋଇଥିବା ହାଇୱା ପଛରେ ପିଟି ହୋଇଥିଲେ । ଦୁର୍ଘଟଣା ଘଟିବା କ୍ଷଣି ବାଇକରେ ନିଆଁ ଲାଗି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା । ସୌଭାଗ୍ୟବଶତଃ ଦୁର୍ଘଟଣାରେ ବାଇକ୍ ଆରୋହୀ ସାମାନ୍ୟ ଆହତ ହୋଇଥିବା ବେଳେ ଏକ ବଡ଼ବିପଦରୁ ବର୍ତ୍ତି ଯାଇଛନ୍ତି।​

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments