Homelocalହବିଷିଆଳିଙ୍କୁ କାର୍ତ୍ତିକ ଭେଟି

ହବିଷିଆଳିଙ୍କୁ କାର୍ତ୍ତିକ ଭେଟି

ଭୁବନେଶ୍ବର, (୦୪/୧୧) : ଆପ୍ର : ହବିଷିଆଳି ମା’ମାନଙ୍କୁ ସରକାରଙ୍କ କାର୍ତ୍ତିକ ଭେଟି । ଶ୍ରୀକ୍ଷେତ୍ରରେ ରହି ନିଷ୍ଠାର ସହ ଧର୍ମ ମାସ କାର୍ତ୍ତିକ ପାଳୁଥିବା ମା’ମାନଙ୍କ ଲାଗି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଥମଥର ଲାଗି ୩.୩୦ କୋଟି ଟଙ୍କାର ଅର୍ଥରାଶି ଅନୁମୋଦନ କରାଯାଇଛି ।

ବ୍ରତଧାରୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ ନିମନ୍ତେ ଏହି ଅର୍ଥରାଶି ମଞ୍ଜୁର କରାଯାଇଛି । ଦୀର୍ଘ ଏକ ମାସ ଧରି ପୁରୀର ବିଭିନ୍ନ ହବିଷିଆଳି କେନ୍ଦ୍ରଗୁଡ଼ିକରେ ସୁରକ୍ଷିତ ରହଣି ବ୍ୟବସ୍ଥା, ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ, ଭଜନ-କୀର୍ତ୍ତନ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ସୁପରିଚାଳନା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏଥିସହ ବ୍ରତଧାରୀମାନେ ଯେପରି ନିଜର ବ୍ରତ ପାଳନ ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ତାହା ସୁନିଶ୍ଚିତ କରିବା ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ବ୍ରତଧାରୀ ମା’ମାନେ ଯେପରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ, ସେଥିପାଇଁ ଗାଡ଼ି ବ୍ୟବସ୍ଥା କରିବା ସହ ସ୍ବେଚ୍ଛାସେବୀ ମୁତୟନ, ଶୃଙ୍ଖଳା ରକ୍ଷା, ପରିମଳ ବ୍ୟବସ୍ଥା, ପାନୀୟଜଳ ବ୍ୟବସ୍ଥା, ବିଦ୍ୟୁତ୍‌ ଯୋଗାଣ ଏବଂ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି । ଗତବର୍ଷ ବିଭିନ୍ନ ପୂଜା ନିମନ୍ତେ ସହାୟତା ପ୍ରଦାନ କରାଯାଇଥିବା ବେଳେ ଚଳିତବର୍ଷ ବିଭାଗ ପକ୍ଷରୁ ନୂଆ କରି କାର୍ତ୍ତିକ ପୂଜା ନିମନ୍ତେ ଅାର୍ଥିକ ସହାୟତା ଦିଆଯିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments