Homelocalସେଞ୍ଚୁରିଅନ୍ ପବ୍ଲିକ ସ୍କୁଲରେ ଏକାଦଶ ଶ୍ରେଣୀର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସେଞ୍ଚୁରିଅନ୍ ପବ୍ଲିକ ସ୍କୁଲରେ ଏକାଦଶ ଶ୍ରେଣୀର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାୟଗଡ଼ା, (୭/୦୮) : ଆପ୍ର : ରାୟଗଡା ଉପକଣ୍ଠସ୍ଥ ପିତାମହଲରେ ଅବସ୍ଥିତ ସେଞ୍ଚୁରିଅନ୍ ପବ୍ଲିକ ସ୍କୁଲରେ ଦ୍ୱାଦଶ ଶ୍ରେଣୀ ପକ୍ଷରୁ ନୂତନ ଶିକ୍ଷାବର୍ଷ ୨୦୨୬-୨୭ର ଏକାଦଶ ଶ୍ରେଣୀ ନୂତନ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ବିଦ୍ୟାଳୟର ପରମ୍ପରା ଅନୁଯାୟୀ, ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦ୍ୱାରା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଅତି ପବିତ୍ର ଓ ପାରମ୍ପରିକ ରୀତିରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି ଉତ୍ସବରେ ଦ୍ୱାଦଶ ଶ୍ରେଣୀର ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ସିବିଏସଇ ଏବଂ ସିଏଚଏସଇ ବୋର୍ଡର ପ୍ରାୟ ୧୬୦ ଜଣ ନୂତନ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆଦରର ସହ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ରାଜେଶ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ ।

ସେ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ କ୍ୟାରିୟର ଗଠନ, ନିରନ୍ତର ପରିଶ୍ରମ ଓ ସଫଳତା ପାଇଁ ଲକ୍ଷ୍ୟ ସ୍ଥିର କରିବାକୁ ପରାମର୍ଶ ଦେଇଥିଲେ । ଏଥିସହ ବର୍ତ୍ତମାନର ପ୍ରତିଯୋଗିତାମୂଳକ ଯୁଗରେ ଶୃଙ୍ଖଳା ଏବଂ ସମୟାନୁବର୍ତ୍ତିତାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ବରିଷ୍ଠ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଅତି ଶୃଙ୍ଖଳିତ ଭାବେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମନୋରଞ୍ଜନଧର୍ମୀ ଖେଳ କୁଦର ଆୟୋଜନ କରାଯାଇଥିଲା, ଯାହାକି ସମସ୍ତଙ୍କକୁ ବେଶ୍ ଆନନ୍ଦିତ କରିଥିଲା । ଶେଷରେ ଡକ୍ଟର ପାଢ଼ୀ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସଫଳ କରିବା ପାଇଁ ସମ୍ମୁଖରେ ଏବଂ ପଛରେ ରହି କାର୍ଯ୍ୟ କରିଥିବା ସମସ୍ତ ସଦସ୍ୟଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments