Homecrimeଡୁଙ୍ଗୁରିପାଲି ରେ ସଟ୍ଟା ଆଡ୍ଡା ଉପରେ ଜିଲ୍ଲାପାଳଙ୍କ ଚଢାଉ , ୨ ହଜାର ୭୯୦ ଟଙ୍କା...

ଡୁଙ୍ଗୁରିପାଲି ରେ ସଟ୍ଟା ଆଡ୍ଡା ଉପରେ ଜିଲ୍ଲାପାଳଙ୍କ ଚଢାଉ , ୨ ହଜାର ୭୯୦ ଟଙ୍କା ଜବତ : ଜଣେ ଗିରଫ

ସୁବର୍ଣ୍ଣପୁର ,(୦୬/୦୮):ଆପ୍ର: ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼.ନୃପରାଜ ସାହୁ ଡୁଙ୍ଗୁରିପାଲି ଗସ୍ତରେ ଆଜି ଯାଇଥିଲେ I ହେଲେ ହଠାତ ସଟ୍ଟା ଆଡ୍ଡା ଭିତରକୁ ପଶିବା ସହ ଚଢ଼ାଉ କରିଥିଲେ I ପରେ ଡୁଙ୍ଗୁରିପାଲି ପୁଲିସ କୁ ଖବର ଦେବାପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଡୁଙ୍ଗୁରିପାଲି ଗାଁର ମନବୋଧ ନାଏକ (୩୬) ନାମକ ସଟ୍ଟା ଖେଳାଉଥିବା ଯୁଆଡ଼ିକୁ ଗିରଫ କରିବା ସହ ସଟ୍ଟା କାଗଜ ସାମଗ୍ରୀ ଏବଂ ୨ ହଜାର ୭୯୦ ଟଙ୍କାକୁ ଜବତ କରିଛି ପୁଲିସ I

ଏ ବିଷୟରେ ପୁଲିସ ଥାନାରେ ଏକ ମକଦ୍ଦମା ରୁଜୁ କରିଛି। କିନ୍ତୁ ଥାନା ନିକଟରେ ସଟ୍ଟା ଖେଳ ଚାଲିଥିଲେ ବି ଡୁଙ୍ଗୁରିପାଲି ପୋଲିସ ଜାଣି ଅଜଣା ରହୁଥିବା ବେଳେ ଜିଲ୍ଲାପାଳ ଚଢାଉ କରିଥିବାରୁ ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ନେଇ ଅଞ୍ଚଳରେ ପ୍ରଶଂସା କରାଯାଇଛି I ଏହା ସ୍ଥାନୀୟ ପୁଲିସ ର ଜାଣତରେ ହେଉଛି ବୋଲି ସନ୍ଦେହ ହେଉଥିବା ବେଳେ ଏଥିରେ ପିସି କାରବାର ହେଉଥିବା କୁହାଯାଉଛି । ତେଣୁ ଏଥି ପ୍ରତି ଏସପି ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଉଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments