Homelocalସୋସାଇଟିକୁ ଆସୁନାହିଁ ଚାହିଦା ମୁତାବକ ସାର, ଚିନ୍ତାରେ ଚାଷୀ

ସୋସାଇଟିକୁ ଆସୁନାହିଁ ଚାହିଦା ମୁତାବକ ସାର, ଚିନ୍ତାରେ ଚାଷୀ

ଯାଜପୁର, (୨୧/୦୭) : ଆପ୍ର : ଚିନ୍ତାରେ ଚାଷୀ, ଦେଖାଯାଉଛି ସାର ସଙ୍କଟ । ସୋସାଇଟିକୁ ଆସୁନାହିଁ ସାର। ଏପଟେ ବଜାରରେ ମଧ୍ୟ ଉପଲବ୍ଧ ହେଉ ନାହିଁ ଚାଷୀଙ୍କ ଚାହିଦା ମୁତାବକ ସାର ।

ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲାରୁ । ଚଳିତ ବର୍ଷ ଚାଷୀମାନଙ୍କୁ ଆବଶ୍ୟକୀୟ ସାର ଯୋଗାଇଦେବା ସହ ସମସ୍ୟାର ସମାଧାନ ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଉଥିବା କହୁଛନ୍ତି । ହେଲେ ବାସ୍ତବ ସ୍ଥିତି କିନ୍ତୁ ଓଲଟା । ସାର ସଙ୍କଟ ସାଙ୍ଗକୁ ଅଭାବୀ ବିକ୍ରି ଅଭିଯୋଗ ହେଉଛି । ଯାହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ମାନେ ଚଢ଼ା ଦରରେ ସାର ବିକ୍ରି କରୁଥିବା ଅଭିଯୋଗ ହୋଇଛି ।

ସୋସାଇଟି ମାଧ୍ୟମରେ କୁହାଗଲା ସାର ପହଞ୍ଚିବ କିନ୍ତୁ ପହଞ୍ଚିଲା ନାହିଁ । ଏପଟେ ଖୋଲା ବଜାରରେ ମଧ୍ୟ ସାରର ଅଭାବ । ଚାଷୀଙ୍କ ଚାହିଦା ମୁତାବକ ଗ୍ରୋମର ୨୮ ୨୮, ନବରତ୍ନା ଡିଏପି ସାର ବଜାରରେ ଉପଲବ୍ଧ ନାହିଁ । ମାର୍କେଟରେ ସାର ଅଭାବ ଯୋଗୁ ସାରର ଦର ମଧ୍ୟ ବୃଦ୍ଧି ପାଉଥିବା କହିଛନ୍ତି ଚାଷୀ । ଫଳରେ ଚାଷୀ ଖୋଲା ବଜାରରୁ ଚଢ଼ା ଦରରେ ସାର କିଣିବାକୁ ବାଧ୍ୟ ହେଉଛି । ସୋସାଇଟ ମାଧ୍ୟମରେ ସଠିକ ସମୟରେ ସାର ପହଂଚୁ ନଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଜଣାପଡିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments