ବାଲିଗୁଡ଼ା, (୦୪/୧୦) : ଆପ୍ର : ସେବା ପକ୍ଷ ପାଳନ ଅବସରରେ ବାଲିଗୁଡା ବ୍ଲକ ଚାଙ୍ଗୁରୁବାଲି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ପରିବେଶ ସୁରକ୍ଷା ସହ ସବୁଜିମା ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃକ୍ଷର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ବିଦ୍ୟାଳୟ ପରିସରରେ ବିଭିନ୍ନ ଚାରାରୋପଣ କରାଯାଇଥିଲା । ଏହି ଅବସରରେ କଳ୍ପନା କହଁର, ଶକ୍ତିକେନ୍ଦ୍ର ପ୍ରମୁଖ ସୀତାରାମ ବିଶୋୟୀ, ବୁଥ୍ ସଭାପତି ଦାମ ପ୍ରଧାନୀ, ବିଏଲଓ-୨ ସୁଶାନ୍ତ ପାତ୍ର, ବୁଥ୍ କାର୍ଯ୍ୟକର୍ତ୍ତା ଓ ନାଏବ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ଚାରାରୋପଣ କରିଥିଲେ । ଗଛ ଲଗାଇବା ସହ ଏହାର ଯତ୍ନ ନେବା ଏବଂ ପରିବେଶକୁ ସୁସ୍ଥ ଓ ସବୁଜ ରଖିବା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଥିଲା ।

