ସୁବର୍ଣ୍ଣପୁର ,(୧୧/୦୮):ଆପ୍ର: ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ତାରିଖ ଦିନ ବିନିକାରେ ଜିଲ୍ଲା ସ୍ତରୀୟ ତ୍ରିରଙ୍ଗା ପଦଯାତ୍ରା ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସହରର ପାପକ୍ଷୟ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ତହସିଲ ଛକ, ଥାନା ଛକ, ବଷ୍ଟାଣ୍ଡ ଛକ, କଲେଜ ଛକ, ଆଦି ପରିକ୍ରମା କରିବା ପରେ ସିଦ୍ଧାର୍ଥ କଲେଜକୁ ପହଞ୍ଚିଥିଲା |
ଏଥିରେ ବିରମହାରାଜପୁର ବିଧାୟକ ତଥା ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁନାଥ ଜଗଦଳା,ଜିଲ୍ଲାପାଳ ଡ଼. ନୃପରାଜ ସାହୁ,ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ, ବିଡିଓ ଶରତ ବାଗ, ବିନିକା ଥାନା ଅଧିକାରୀ ଅନିତା କିଡୋ, ଏସ.ଆଇଅରୁତ ଚନ୍ଦ୍ର ପଧାନ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଏବଂ ବିନିକା ବ୍ଲକର ସମସ୍ତ ସରକାରୀ ବେସରକାରୀ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଙ୍ଗନବାଡି କର୍ମୀ ଓ ସହାୟିକା, ଆଶା ଦିଦି, ଏମବିକେ, ବ୍ୟାଙ୍କମିତ୍ର, ଏନଏସି ଓ ବ୍ଲକ କର୍ମଚାରୀ ମାନେ ସାମିଲ ହୋଇଥିଲେ I ସେହିପରି ବିଜେପିର ଅଶୋକ ପୂଝରୀ, ବିଜୟ ମହାକୁର, ବିଶ୍ୱମ୍ବର ମିଶ୍ର, ରାଜେନ୍ଦ୍ର ବିଶି, ଅଶୋକ ପୃଷ୍ଟି, ନଳିନୀ ପଣ୍ଡା, ଆନନ୍ଦ ବାରିକ, ବେଣୁଧର ଦାଶ, ଉମେଶ ନାଏକ, ଉଦ୍ଧବ ମହାକୁର,ପୂର୍ଣ୍ଣଚନ୍ଦ୍ର ମେହେର,ଭୁବନେଶ୍ୱର ପାତ୍ର, ରୋହିଣୀ ଡାଙ୍ଗ, ଚନ୍ଦ୍ରମା ଅଗ୍ରୱାଲ ପ୍ରମୁଖ ଶତାଧିକ ବିଜେପି କର୍ମୀ ପଦଯାତ୍ରାରେ ସାମିଲ ଥିଲେ l

