Homelocalସିଙ୍ଗଲ୍ ୱିଣ୍ଡୋ ବୈଠକରେ ୨୨ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ରାଜ୍ୟରେ ୩ହଜାର ୮୫୫ କୋଟିର ହେବ...

ସିଙ୍ଗଲ୍ ୱିଣ୍ଡୋ ବୈଠକରେ ୨୨ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ରାଜ୍ୟରେ ୩ହଜାର ୮୫୫ କୋଟିର ହେବ ପୁଞ୍ଜିନିବେଶ

ଭୁବନେଶ୍ୱର, (୩୦/୧୦) : ଆପ୍ର : ରାଜ୍ୟରେ ୩ହଜାର ୮୫୫ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରି । ରାଜ୍ୟସ୍ତରୀୟ ୧୫୧ତମ ସିଙ୍ଗଲ୍ ୱିଣ୍ଡୋ ବୈଠକରେ ୨୨ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ମିଳିଛି ।

୧୨ ଜିଲ୍ଲାରେ ୩ହଜାର ୮୫୫ କୋଟି ଟଙ୍କାର ପ୍ରସ୍ତାବିତ ପୁଞ୍ଜିନିବେଶକୁ ମଞ୍ଜୁରି ମିଳିଛି । ୧୧ଟି କ୍ଷେତ୍ରରେ ୭ହଜାର ୨୯୬ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା । ଓଡ଼ିଶାରେ ଶିଳ୍ପାୟନକୁ ଆଗେଇ ନେବା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ । ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫୧ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୩,୮୫୫ କୋଟି ୩୮ଲକ୍ଷ ଟଙ୍କାର ୨୨ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, ଖୋର୍ଦ୍ଧା, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ପ୍ରକଳ୍ପଗୁଡ଼ିକ ପ୍ରସ୍ତାବିତ ହୋଇଛି ।

କାଗଜ ଓ ପ୍ୟାକେଜିଂ କ୍ଷେତ୍ରରେ ୧,୦୨୯.୯୧ କୋଟି ଓ ଜୈବ ଇନ୍ଧନ କ୍ଷେତ୍ରରେ ୬୮୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ରହିଛି । ଖୋର୍ଦ୍ଧାରେ ଡ୍ରୋନ୍ ଓ ଏରୋସ୍ପେସ୍ ଶିଳ୍ପ ପାଇଁ ୧୧୭ କୋଟି ଟଙ୍କାର ଦୁଇଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ପର୍ଯ୍ୟଟନ କ୍ଷେତ୍ରରେ ହୋଟେଲ୍, ରିସର୍ଟ ଓ କନଭେନସନ୍ ସେଣ୍ଟର ସ୍ଥାପନ ପ୍ରସ୍ତାବ ରହିଛି । ଗଞ୍ଜାମରେ ୨୦୯.୩୫ କୋଟି ଟଙ୍କାର ସମନ୍ୱିତ ଲଜିଷ୍ଟିକ୍ସ ପାର୍କ ଏବଂ ଖୋର୍ଦ୍ଧାରେ ଔଷଧ ଉତ୍ପାଦନ କାରଖାନାକୁ ମଧ୍ୟ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ଶିଳ୍ପ ବିକାଶ ଓ ସ୍ଥାନୀୟ ନିଯୁକ୍ତି ସୁଯୋଗ ବୃଦ୍ଧିରେ ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି । ତେବେ ପ୍ରସ୍ତାବିତ ନିଯୁକ୍ତି ଓ ପୁଞ୍ଜିନିବେଶ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଉପରେ ନିର୍ଭର କରିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments