Homecrimeଠିକା କାମ ନେଇ ସହକାରୀ ଯନ୍ତ୍ରୀ - ଭାଜପା ମଣ୍ଡଳ ସଭାପତି ହାତାହାତି : ଉଭୟ...

ଠିକା କାମ ନେଇ ସହକାରୀ ଯନ୍ତ୍ରୀ – ଭାଜପା ମଣ୍ଡଳ ସଭାପତି ହାତାହାତି : ଉଭୟ ପକ୍ଷରୁ ଥାନାରେ ଏତଲା

ସୁବର୍ଣ୍ଣପୁର, (୦୩/୦୮) : ଆପ୍ର : ଠିକା କାମର ତଦାରଖ କରିବା ପାଇଁ ଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ବିଜୟ ପୂର୍ତ୍ତି ଙ୍କୁ ଜଣେ ଯୁବକ ମାଡ଼ ମାରିଥିବା ନେଇ ଉଲୁଣ୍ଡା ଥାନାରେ ଅଭିଯୋଗ ହୋଇଛି ।

ଅପର ପକ୍ଷରେ ଶ୍ରୀ ପୂର୍ତ୍ତି ମଧ୍ୟ୍ୟ ଯୁବକଙ୍କୁ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏଥିରେ ଉଭୟ ପକ୍ଷର ଅଭିଯୋଗକୁ ଆଧାର କରି ପୁଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଛି । ସହକାରୀ ଯନ୍ତ୍ରୀ ଶ୍ରୀ ପୂର୍ତ୍ତି ଦୁଇଜଣ କନିଷ୍ଠ ଯନ୍ତ୍ରୀଙ୍କୁ ନେଇ ଖେମାଲୋଏ ନୂଆପଡାରୁ ହାତିଲି ବନ୍ଧ ରାସ୍ତାର ତଦାରଖ ପାଇଁ ଯାଇଥିଲେ । ସେଠାରେ ରାସ୍ତା ମାପୁଥିବା ବେଳେ ମୁକୃ ବାଗ ନାମକ ଜଣେ ଯୁବକ ସେଠାରେ ପହଞ୍ଚି ମୋ ସବୁ ଠିକା କାମରେ ବାଧା ସୃଷ୍ଟି କରୁଛୁ କହି ସହକାରୀ ଯନ୍ତ୍ରୀଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ । ଫଳରେ ସେ ଆହତ ହେଇଥିଲେ । ଏପରିକି ସପ୍ତାହେ ପୂର୍ବରୁ ଅଫିସ କୁ ଆସି ମଧ୍ୟ୍ୟ ମୁକ୍ରୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।

ଅନ୍ୟ ପକ୍ଷରେ ମୁକୃଙ୍କ ସାନ ଭାଇଙ୍କ ଅଭିଯୋଗ ଅନୁସାରେ ଖେମାଲୋଏ ରାସ୍ତା କାମଟି ମୁକୃ କରିଥିଲେ । ସହକାରୀ ଯନ୍ତ୍ରୀଙ୍କ ତଦନ୍ତ ସମୟରେ ରାସ୍ତା କାମରେ ଅନିୟମିତତା କୁ ନେଇ ସହକାରୀ ଯନ୍ତ୍ରୀ ଏବଂ ମୁକୃଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସହକାରୀ ଯନ୍ତ୍ରୀ ମୁକୃଙ୍କୁ ଏକ ପଥରରେ ମାଡ଼ କରିଥିଲେ । ଫଳରେ ମୁକୃଙ୍କ ଆଖି ଏବଂ ନାକ ଆଘାତ ଲାଗି ରକ୍ତ ସ୍ରାବ ହୋଇ ଆହତ ହେଇଥିଲେ । ମୁକୃଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟକୁ ନେଇ ଚିକିତ୍ସା କରା ଯାଇଥଲା । ଏନେଇ ମୁକୃଙ୍କ ସାନ ଭାଇ ମନୋଜ ଭେସ୍ରା ଉଲୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଉଭୟ ପକ୍ଷର ଅଭିଯୋଗକୁ ଅଧାରେ ପୁଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତୁ କରୁଛି । ମୁକ୍ରୁ ବାଗ ଉଲୁଣ୍ଡା ବ୍ଲକ ମେଟାକାନୀ ଭାଜପା ର ମଣ୍ଡଳ ସଭାପତି ଅଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments