Homelocalରାଜ୍ୟ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର , ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର , ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, (୨୩/୦୭) : ଆପ୍ର : ରାଜ୍ୟ ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି । ପ୍ରାକ୍-ସଂଶୋଧିତ ବେତନ ସ୍କେଲରେ ଥିବା କର୍ମଚାରୀଙ୍କ ଡିଏ ୫ ପ୍ରତିଶତ ବୃଦ୍ଧି । ୨୫୭%ରୁ ବଢ଼ି ୨୬୨% ହେଲା ।

ରାଜ୍ୟ ସରକାର ଓଆରଏସପି-୨୦୦୮ ଅନୁଯାୟୀ ପ୍ରାକ୍-ସଂଶୋଧିତ ବେତନ ସ୍କେଲରେ ବେତନ ପାଉଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି । ଫଳରେ ବର୍ତ୍ତମାନର ୨୫୭ ପ୍ରତିଶତ ଡିଏ ବଢ଼ି ୨୬୨ ପ୍ରତିଶତରେ ପହଞ୍ଚିଛି । ଏହି ବୃଦ୍ଧି ୨୦୨୬ ଜାନୁଆରୀ ୧ରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବ । ଅର୍ଥ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ପୂର୍ବରୁ ୨୦୨୫ ଡିସେମ୍ବର ୩୦ରେ ରାଜ୍ୟ ସରକାର ଏହି ବର୍ଗର କର୍ମଚାରୀଙ୍କ ଡିଏକୁ ୨୫୨ ପ୍ରତିଶତରୁ ୨୫୭ ପ୍ରତିଶତକୁ ବୃଦ୍ଧି କରିଥିଲେ । ଯାହା ୧ ଜୁଲାଇ ୨୦୨୫ରୁ ଲାଗୁ ହୋଇଥିଲା । ଏବେ ପୁଣି ୫ ପ୍ରତିଶତ ଡିଏ ବୃଦ୍ଧି କରି ସରକାର ଏହାକୁ ୨୬୨ ପ୍ରତିଶତକୁ ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାର ୬ଷ୍ଠ କେନ୍ଦ୍ରୀୟ ବେତନ କମିଶନ ଅଧୀନରେ ଥିବା କର୍ମଚାରୀଙ୍କ ପାଇଁ ସମାନ ହାରରେ ଡିଏ ବୃଦ୍ଧି କରିବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ହଜାର ହଜାର କର୍ମଚାରୀ ଉପକୃତ ହେବେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments