Homelocalପୁଣି ପୁରୀ ସମୁଦ୍ରରେ ଅଘଟଣ, ଗାଧୋଉଥିବା ବେଳେ ବୁଡ଼ି ଗଲେ ଦୁଇ ପର୍ଯ୍ୟଟକ

ପୁଣି ପୁରୀ ସମୁଦ୍ରରେ ଅଘଟଣ, ଗାଧୋଉଥିବା ବେଳେ ବୁଡ଼ି ଗଲେ ଦୁଇ ପର୍ଯ୍ୟଟକ

ପୁରୀ, (୨୦/୦୭) : ଆପ୍ର : ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ରିପ୍ କରେଣ୍ଟରେ ପଡ଼ି ବୁଡ଼ି ଗଲେ ଦୁଇ ପର୍ଯ୍ୟଟକ

ପୁରୀ ହୋଟେଲ ସମ୍ମୁଖ ସମୁଦ୍ର କୂଳ ସେକ୍ଟର-୩ ରେ ଘଟିଛି ଅଘଟଣ । ସେଠାରେ ଉପସ୍ଥିତ ଥିବା ଅଗ୍ନିଶମ କର୍ମଚାରୀ ଓ ଲାଇଫଗାର୍ଡ ତୁରନ୍ତ ସମୁଦ୍ର ଭିତରକୁ ଯାଇ ବୁଡ଼ି ଯାଉଥିବା ଦୁଇ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଉଦ୍ଧାର ଦୁଇ ପର୍ଯ୍ୟଟକ ଝାଡଖଣ୍ଡର ଅମନ୍ କୁମାର ଓ ବିହାରର ରବି କୁମାର । ଦୁଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପରେ ଲାଇଫ ଗାର୍ଡ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ । ଜୀବନକୁ ବାଜି ଲଗାଇ ଉଦ୍ଧାରକାରୀ ଦଳ ସମୁଦ୍ର ଭିତରକୁ ଯାଇ ବୁଡ଼ିଯାଉଥିବା ଦୁଇ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ କୂଳକୁ ଆଣିଥିଲେ । ଉଦ୍ଧାର ହୋଇଥିବା ଦୁଇ ପର୍ଯ୍ୟଟକ ହେଲେ ଝାଡ଼ଖଣ୍ଡର ଅମନ କୁମାର ଏବଂ ବିହାରର ରବି କୁମାର । ଉଦ୍ଧାର ପରେ ଲାଇଫଗାର୍ଡମାନେ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ । ତେବେ ପୁରୀ ସମୁଦ୍ରରେ ରିପ୍ କରେଣ୍ଟ ଯୋଗୁଁ ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ପର୍ଯ୍ୟଟକ ମାନଙ୍କୁ ସମୁଦ୍ରରେ ଗାଧୋଇବା ସମୟରେ ସତର୍କ ରହିବାକୁ ଲାଇଫଗାର୍ଡ ଏବଂ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି । ନିର୍ଦ୍ଧାରିତ ସୁରକ୍ଷିତ ସ୍ଥାନରେ ହିଁ ସମୁଦ୍ରରେ ଗାଧୋଇବାକୁ କୁହାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments