Homeaccidentସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ମୃତ, ମା’ ଓ ଅନ୍ୟ ପୁଅ ଗୁରୁତର

ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ମୃତ, ମା’ ଓ ଅନ୍ୟ ପୁଅ ଗୁରୁତର

ନବରଙ୍ଗପୁର, (୧୩/୦୭) : ଆପ୍ର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୩ । ମୃତକଙ୍କ ମଧ୍ୟରେ ଅଛନ୍ତି ବାପା ଓ ଦୁଇ ପୁଅ ।

ମା’ ଓ ଅନ୍ୟ ପୁଅ ଗୁରୁତର ଆହତ ହୋଇ ପ୍ରଥମେ ହାଟଭରଣ୍ଡୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଉମରକୋଟ ଉପ ଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଅଘଟଣ ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଦେଓଭରଣ୍ଡୀ ଠାରେ । ଗୋଟେ ଟ୍ରକ ୪୦ ନମ୍ବର ରାଜ୍ୟ ରାଜପଥରେ ରାଇଘର ରୁ କୁନ୍ଦେଇ ଯାଉଥିବା ବେଳେ ଗୋଟିଏ ବାଇକକୁ ଧକ୍କା ଦେଇଥିଲା । ବାଇକ ରେ ଗୋଟିଏ ପରିବାରର ବାପା ମା ଓ ତିନି ପୁଅ ଯାଉଥିଲେ । ଘଟଣା ସ୍ଥଳରେ ବାପା ଓ ଦୁଇ ପୁଅଙ୍କର ମୃତ୍ୟୁ ହୋଇଥିବାବେଳେ ମା’ ଓ ଅନ୍ୟ ପୁଅଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମୃତକଙ୍କ ମଧ୍ୟରେ ବାପା ବାବୁଲାଲ ଗଣ୍ଡ, ପୁଅ ପ୍ରଦୀପ ଗଣ୍ଡ ଓ ତୁଷାର ଗଣ୍ଡ ଅଛନ୍ତି । ଦୁର୍ଘଟଣା ଏତେ ଭୟାଭୟ ଥିଲା ଯେ ବାଇକଟି ଟ୍ରକ ତଳେ ଚାପି ହୋଇ ବହୁ ଦୂର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଯାଇଥିଲା । ଦୁର୍ଘଟଣା ପରେ ଡ୍ରାଇଭର ଥାନାରେ ଆତ୍ମ ସମର୍ପଣ କରିଛି । ଘଟଣା ସ୍ଥଳରେ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଲୋକେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments