କାକଟପୁର, (୦୮/୧୦) : ଆପ୍ର : ଶାରଦୀୟ ପାର୍ବଣ ପାଇଁ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ଙ୍କ ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା ।
ଏହା ମଧ୍ୟରେ ମା’ ମଙ୍ଗଳାଙ୍କ ପୀଠରେ ଚଣ୍ଡିପାଠର ସ୍ଵତନ୍ତ୍ର ପରମ୍ପରା ରହିଛି । ଏଥିପାଇଁ ସ୍ଵତନ୍ତ୍ର ପୁରୋହିତ ସଙ୍କଳ୍ପିତ ହୋଇ ଦୈନନ୍ଦିନ ସକାଳଧୂପ ସମାପନ କରିବା ପରେ ଚଣ୍ଡିପାଠ ଆରମ୍ଭ ହୋଇଥାଏ । ମା’ ମଙ୍ଗଳାଙ୍କ ପୀଠରେ ଚଣ୍ଡିପାଠର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି । ପାରମ୍ପରିକ ରୀତିନୀତି ଅନୁସାରେ ଶାରଦୀୟ ପାର୍ବଣ ସମୟରେ ଏହି ଚଣ୍ଡିପାଠ କରାଯାଇଥାଏ । ଏଥିପାଇଁ ସ୍ୱତନ୍ତ୍ର ପୁରୋହିତ ସଙ୍କଳ୍ପିତ ହୋଇଥାନ୍ତି । ପ୍ରତିଦିନ ସକାଳଧୂପ ସମାପନ ହେବା ପରେ ଆରମ୍ଭ ହୋଇଥାଏ ଚଣ୍ଡିପାଠ । ବିଧି ଅନୁସାରେ ପୁରୋହିତଙ୍କ ଦ୍ୱାରା ମନ୍ତ୍ରୋଚ୍ଚାରଣ ଓ ପାଠ କରାଯାଉଥିବା ବେଳେ ପୀଠରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳୁଛି ।
ଶାରଦୀୟ ପାର୍ବଣରେ ମା’ ମଙ୍ଗଳାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭକ୍ତଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖାଦେଇଛି। ପୀଠରେ ଚାଲିଥିବା ଏହି ପାରମ୍ପରିକ ଚଣ୍ଡିପାଠ ଭକ୍ତମାନଙ୍କ ଆସ୍ଥା ଓ ବିଶ୍ୱାସ ସହ ଜଡ଼ିତ । ମା’ଙ୍କ ପୀଠରେ ଷୋଡଶ ଉପଚାର ପୂଜା ସହ ଚଣ୍ଡିପାଠର ଏହି ସ୍ୱତନ୍ତ୍ର ପରମ୍ପରା ପାର୍ବଣର ଆଧ୍ୟାତ୍ମିକ ମାହୋଲକୁ ଆହୁରି ଭକ୍ତିମୟ କରିଛି । ପାରମ୍ପରିକ ରୀତିନୀତି ଓ ବିଧିବିଧାନ ଅନୁସାରେ ପୂଜା ଚାଲିଥିବା ବେଳେ ମା’ ମଙ୍ଗଳାଙ୍କ ପୀଠରେ ଭକ୍ତି ଓ ଶ୍ରଦ୍ଧାର ମାହୋଲ ଜାରି ରହିଛି ।

