Homelocalନଦୀ ମଝିରେ ଟାୱାର ଉପରେ ଫସିରହିଲେ ଯୁବକ, ଦୀର୍ଘ ଘଣ୍ଟା ପରେ ଉଦ୍ଧାର ହେଲେ

ନଦୀ ମଝିରେ ଟାୱାର ଉପରେ ଫସିରହିଲେ ଯୁବକ, ଦୀର୍ଘ ଘଣ୍ଟା ପରେ ଉଦ୍ଧାର ହେଲେ

କଟକ, (୨୦/୦୭) : ଆପ୍ର : ନଦୀ ମଝିରେ ଟାୱାର ଉପରେ ଫସିରହିଲେ । ଦୀର୍ଘ ଘଣ୍ଟା ପରେ ଉଦ୍ଧାର ହେଲେ । ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ତଳକୁ ଆଣିଲା ଅଗ୍ନିଶମ ବାହିନୀ

ଶନିବାର ରାତି ପ୍ରାୟ ୧୦ଟା ୩୦ରେ କଟକର ଲାଲବାଗ ଥାନା ଅନ୍ତର୍ଗତ ଗଣେଶ ଘାଟ ନିକଟରେ ଘଟିଥିଲା ଅଘଟଣ । ଜଣେ ବ୍ୟକ୍ତି ମହାନଦୀ ମଝିରେ ଥିବା ଏକ ଟାୱାର ଉପରେ ଫସି ରହିଥିବା ନେଇ ବିଡାନାସୀ ଅଗ୍ନିଶମ କେନ୍ଦ୍ରକୁ ଜରୁରୀ କଲ୍ ମିଳିଥିଲା । ଖବର ପାଇବା ମାତ୍ରେ ଅଗ୍ନିଶମ କର୍ମଚାରୀମାନେ ପାୱାର ବୋଟ୍ ସହ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ । ଦୀର୍ଘ ଘଣ୍ଟାର ପ୍ରୟାସ ପରେ ଟାୱାର ଉପରେ ଫସିଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପାଇଥିବା ବ୍ୟକ୍ତି ହେଲେ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗାଁର ଶିବାନନ୍ଦ ନାୟକ । ତେବେ ବ୍ୟକ୍ତି ଜଣକ ଏତେ ଉଚ୍ଚା ଟାୱାର ଉପରେ ଚଢିଲେ କାହିଁକି ସେନେଇ କାରଣ ଜଣାପଡିନି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments