ମୁରିବାହାଲ, (୨୨/୦୭) : ଆପ୍ର : ଲଗାଣ ଲଘୁଚାପ ବର୍ଷାରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଇଚ୍ଛାପଡ଼ା ପଞ୍ଚାୟତ ଅନ୍ତର୍ଲା ଗ୍ରାମର ସଞ୍ଜନା କୁମ୍ଭାରଙ୍କ ମାଟିଘର ଭାଙ୍ଗିଯାଇଛି ।
ଗତ କିଛି ଦିନ ହେବ ବ୍ଲକ ଅଞ୍ଚଳରେ ଲଘୁଚାପ ବର୍ଷା ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଲୋକଙ୍କ କଞ୍ଚା ମାଟିଘର ସବୁ ଭାଙ୍ଗି ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ ପାଇଁ ଦାବୀ କରୁଛନ୍ତି । ବର୍ଷାରେ ସଞ୍ଜନାଙ୍କ ମାଟିଘର ଭାଙ୍ଗି ଯାଇଥିବାରୁ ପରିବାର ଲୋକେ ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଇଛନ୍ତି । ଏ ସମ୍ପର୍କରେ ଖବର ପାଇ ଇଚ୍ଛାପଡ଼ା ସମିତି ସଭ୍ୟ ତୋଫାନ ନାଗ ପହଞ୍ଚି ତୁରନ୍ତ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ତହସିଲଦାରଙ୍କୁ ଅବଗତ କରି ପଲିଥିନ୍ ସହ ଅନ୍ୟ ସହାୟତା ପ୍ରଦାନ ପାଇଁ ଅନୁରୋଧ କରିଥିଲେ ।
ଶ୍ରୀ ନାଗ ପରିବାର ଲୋକଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ କଞ୍ଚା ମାଟିଘର ଥିବା ଦେଖି ପଚାରିବାରୁ ଆବାସ ଯୋଜନାର ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ନାମ ଆସିଥିଲେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ସେମାନଙ୍କ ନାମ ତାଲିକାରୁ ବାଦ ପଡିଥିବା ସଞ୍ଜନା ଅଭିଯୋଗ କରିଛନ୍ତି । ପରିବାରଙ୍କୁ ଆବାସ ଯୋଜନାରେ ସାମିଲ ପାଇଁ ନିଶ୍ଚିତ ଭାବେ ସେ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଇଚ୍ଛାପଡ଼ା ରାଜସ୍ୱ ନିରୀକ୍ଷକ ସୁନୀଲ କୁମାର ନାୟକ ପହଞ୍ଚି ପ୍ରାଥମିକ ତଦନ୍ତ କରି ପରିବାର ଲୋକଙ୍କୁ ପଲିଥିନ୍ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।

