Homebreaking newsPACSରେ ୧୪.୨୨ ଲକ୍ଷ ଟଙ୍କା ହଡ଼ପ; ପୂର୍ବତନ ସେକ୍ରେଟାରିଙ୍କୁ ଗିରଫ କଲା ଭିଜିଲାନ୍ସ

PACSରେ ୧୪.୨୨ ଲକ୍ଷ ଟଙ୍କା ହଡ଼ପ; ପୂର୍ବତନ ସେକ୍ରେଟାରିଙ୍କୁ ଗିରଫ କଲା ଭିଜିଲାନ୍ସ

ବଲାଙ୍ଗିର, (୧୦/୦୯) : ଆପ୍ର : ସରକାରୀ ଓ ସମବାୟ ପାଣ୍ଠିର ୧୪.୨୨ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ଅଧୀନ ଯୁବା ପ୍ରାଥମିକ କୃଷି ସମବାୟ ସମିତି (PACS) ଲିମିଟେଡ୍‌ର ପୂର୍ବତନ ସେକ୍ରେଟାରି ଚିନ୍ତାମଣି ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ଭିଜିଲାନ୍ସ ସୂଚନା ଅନୁସାରେ, ୨୦୧୬-୧୭, ୨୦୨୦-୨୧, ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ସେ ଯୋଜନାବଦ୍ଧ ଭାବେ ୧୪ ଲକ୍ଷ ୨୨ ହଜାର ୪୬ ଟଙ୍କାର ଆର୍ଥିକ ଜାଲିଆତି କରିଥିବା ତଦନ୍ତରୁ ସାମ୍ନାକୁ ଆସିଛି । ତଦନ୍ତ ବେଳେ ଏକାଧିକ ଗୁରୁତର ଅନିୟମିତତା ଧରାପଡ଼ିଛି । ବିହନ ବିକ୍ରିର ଅର୍ଥକୁ ହିସାବରେ ଦର୍ଶାଇ ନ ଥିବା, ସରକାରୀ ଖାତାରୁ ବିକ୍ରି ରାଶି ଲୁଚାଇବା, ଡେ-ବୁକ୍‌ରେ ଜାଣିଶୁଣି କମ୍ କ୍ଲୋଜିଂ ବାଲାନ୍ସ ଲେଖିବା, ଜାଲ୍ ବ୍ୟାଙ୍କ ଜମା ଏଣ୍ଟ୍ରି କରି ଟଙ୍କା ହଡ଼ପକୁ ଲୁଚାଇବା ଏବଂ ସେଭିଂସ୍ ବ୍ୟାଙ୍କ ଖାତାରୁ ଅତ୍ୟଧିକ ଟଙ୍କା ଉଠାଇବା ଭଳି ଅଭିଯୋଗ ରହିଛି । ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନଂ–୧୬/୨୦୨୬ ରୁଜୁ କରାଯାଇଛି । ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରି ଚିନ୍ତାମଣି ମଲ୍ଲିକଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କୁ ବଲାଙ୍ଗିର ସ୍ପେଶାଲ୍ ଜଜ୍ (ଭିଜିଲାନ୍ସ)ଙ୍କ ଅଦାଲତକୁ ପଠାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments