Homelocalରିଲିଫ୍ ଓ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ, ଲୋକଙ୍କ ସହ ମିଶି...

ରିଲିଫ୍ ଓ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ, ଲୋକଙ୍କ ସହ ମିଶି ନିଜେ ଖାଇଲେ

ଗଞ୍ଜାମ, (୦୧/୧୧) : ଆପ୍ର : ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ସ୍ଥିତିରେ ଗଞ୍ଜାମ ଜିଲ୍ଲାର ଭିଷଣ ବର୍ଷା ଯୋଗୁ କ୍ଷୟକ୍ଷତି ହୋଇଛି ।

ବନ୍ୟାପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟ ଜୋରଦାର ଜାରି ରହିଛି । ରିଲିଫ କାର୍ଯ୍ୟର ତଦାରଖ ପାଇଁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଆଜି ଛତ୍ରପୁର ବ୍ଲକର ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲାପାଳ ଛତ୍ରପୁର ବ୍ଲକର ବଉଳଗାଁ ପଞ୍ଚାୟତ ନିମପଲ୍ଲୀ ଓ ବଉଳଗାଁ ଗାଁ’ରେ ପହଞ୍ଚି ବନ୍ୟାପୀଡ଼ିତଙ୍କୁ ଯୋଗାଇ ଦିଆଯାଉଥିବା ରନ୍ଧା ଖାଦ୍ୟ ବଣ୍ଟନ ବ୍ୟବସ୍ଥା ନିଜେ ତଦାରଖ କରିଥିଲେ । ଏହା ସହ ନିଜେ ଖାଦ୍ୟ ଖାଇଥିଲେ । ଲୋକଙ୍କ ସହ ମିଶି ସେମାନଙ୍କ ସୁବିଧା-ଅସୁବିଧା ପଚାରି ବୁଝିଥିଲେ ।

ବନ୍ୟାପୀଡ଼ିତଙ୍କୁ ଗୁଣାତ୍ମକ ଓ ପରିଚ୍ଛନ୍ନ ରନ୍ଧା ଖାଦ୍ୟ ଯୋଗାଇଦେବା ସହ ଆବଶ୍ୟକ ସମସ୍ତ ସୁବିଧା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜୀତ ସାହୁ, କନିଷ୍ଠ ଯନ୍ତ୍ରୀ ଆକାଶ ପାତ୍ର, ବଉଳଗାଁ ସରପଞ୍ଚ, ସମିତି ସଭ୍ୟ ଓ ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ପରିଡ଼ାଙ୍କ ସମେତ ସ୍ଥାନୀୟ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments