ରାୟଗଡା, (୧୫/୧୧) : ଆପ୍ର : ଚଳିତ ବର୍ଷ ର ରାୟଗଡା ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡ଼ାରେ ସଫ୍ଟ ବୋଲ ଓ ବେସ୍ ବୋଲ ଟିମ୍ ବାଲେଶ୍ୱରରେ ଅନୁଷ୍ଟିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ।
ଆଜି ରାତି ବାଲେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଦଳ । ଚଳିତ ବର୍ଷ ରାଜ୍ୟସ୍ତରୀୟ ସଫ୍ଟ ବୋଲ ଓ ବେସ୍ ବୋଲ ପ୍ରତିଯୋଗିତା ଚଳିତ ମାସ ୧୫ ତାରିଖ ଠାରୁ ଆରମ୍ଭ ହୋଇ ୧୭ ତାରିଖ ପର୍ୟ୍ୟନ୍ତ ଚାଲିବ । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ରାୟଗଡା ଜିଲ୍ଲାରୁ ୧୬ ଜଣିଆ ବାଳକ ଦଳ ଓ ୧୬ ଜଣିଆ ବାଳିକା ଦଳ ଚୟନ ହୋଇଛନ୍ତି । ଏହି ଟିମ୍ ସହିତ ମୁଖ୍ୟ କୋଚ୍ ଭାବେ ରାଜେଶ୍ ବାରିକ, ସ୍ୱାଧୀନ କୁମାର ଦାସ, ଉମାକାନ୍ତ ଶବର ଏବଂ ପାୟେଲ ମାଝି ଦାୟିତ୍ୱ ନିଭାଇବେ । ସୁଚନା ଅନୁସାରେ ରାୟଗଡ଼ ଜିଲ୍ଲା ଏଥି ପୁର୍ବରୁ ନିଜର ଦବ ଦବା ବଜାୟ ରଖିଛି । ପୂର୍ବ ବର୍ଷ ରାୟଗଡ଼ ଜିଲ୍ଲା ରାଜ୍ଯ ସ୍ତରରେ ସଫ୍ଟ ବୋଲ ଓ ବେସ୍ ବୋଲ ରେ ଉଭୟ ବାଳକ ଓ ବାଳିକା ବିଭାଗ ଦଳ ରୋନର୍ସ ଅପ୍ ହୋଇଥିଲା ।
କୋଚ୍ ମାନଙ୍କ ସୁଚନା ପ୍ରକାରେ ବର୍ତ୍ତମାନ ମଧ୍ୟ ଏହି ଦଳରେ ଜାତିୟ ସ୍ତରରେ ଖେଳିଥିବା ଖେଳାଳି ଅଛନ୍ତି । ଜାତୀୟ ସ୍ତରରେ ସଫ୍ଟ ବୋଲ ଖେଳିଥିବା ଖେଳାଳି ମାନଙ୍କ ମଧ୍ୟରେ ସଂଜିପ ପ୍ରସ୍କା, କରିସ୍ମା ହିମିରିକା, ପ୍ରିୟଙ୍କା ପେରିସିକା, ଶ୍ରୁତି ପେରିଶିକା, ବନିତା ମାଣ୍ଡିକା, ଶୁଭଶ୍ରୀ ପେରିଶିକା ପ୍ରମୁଖ ରହିଛନ୍ତି । ସେହିପରି ବାଳକ ଦଳରେ ହେମନ୍ତ ହରିଜନ, ଅମର ପିଢିଶିକା, କାମ ସିଂ କାଡ୍ରାକା ପରି ଜାତିୟ ସ୍ତରରେ ଖେଳିଥିବା କ୍ରୀଡ଼ାବିତ୍ ଖେଳୁଥିବା ହେତୁ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଦଳ ଭଲ ପ୍ରଦର୍ଶନ କରି ରାୟଗଡ଼ ଜିଲ୍ଲା ରାଜ୍ୟସ୍ତରରେ ଓ ଜାତିୟ ସ୍ତରରେ ଭଲ ପ୍ରଦର୍ଶନ କରି ନିଜର ପରିଚୟ ସୃଷ୍ଟି କରିବ ବୋଲି ଆଶା ଓ ବିଶ୍ୱାସ ରହିଛି ବୋଲି କୋଚ୍ ମାନେ କହିଛନ୍ତି ।

