Homelocalରାଜନଗର ବ୍ଲକରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ଦୁଇଜଣ ଶିକ୍ଷକଙ୍କୁ ନେଇ ଚାଲିଛି ବିଦ୍ୟାଳୟ

ରାଜନଗର ବ୍ଲକରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ଦୁଇଜଣ ଶିକ୍ଷକଙ୍କୁ ନେଇ ଚାଲିଛି ବିଦ୍ୟାଳୟ

ରାଜନଗର, (୦୨/୦୯) : ଆପ୍ର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ଜଣେ ଦୁଇଜଣ ଶିକ୍ଷକଙ୍କୁ ନେଇ ଚାଲିଛି ବିଦ୍ୟାଳୟ ।

ରାଜନଗର ବ୍ଲକ ମହିଁଷାସୁର ପ୍ରାଥମିକ ବିଦ୍ୟାଳୟରୁ ଆସିଛି ବିକଳ ଚିତ୍ର । ଗୋଟିଏ କୋଠରିରେ ୬ଟି ଶ୍ରେଣୀର ଛାତ୍ରଛାତ୍ରୀ ବସୁଥିବା ବେଳେ ୨ଜଣ ଶିକ୍ଷକ ୬ଟି ଶ୍ରେଣୀର ପିଲାଙ୍କୁ ପାଠ ପଢାଉଛନ୍ତି । ପିଲାଙ୍କ ବସିବା ପାଇଁ ଶ୍ରେଣୀଗୃହ ନଥିବାରୁ ଗୋଟିଏ କୋଠରିରେ ସମସ୍ତ ୬ଟି ଶ୍ରେଣୀର ୮୩ ଜଣ ଛାତ୍ରଛାତ୍ରୀ ବସୁଛନ୍ତି । ବିଦ୍ୟାଳୟର ୨ଜଣ ଶିକ୍ଷକ ଶିକ୍ଷୟତ୍ରୀ ଗୋଟିଏ କୋଠରିରେ ଏକ ସମୟରେ ୬ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି । ୨ ଜଣ ଶିକ୍ଷକ ଏକା ସମୟରେ ପଢାଇଲେ ଛାତ୍ରଛାତ୍ରୀ ମାନେ କାହା କଥା ଶୁଣିବେ ଦ୍ଵନ୍ଦରେ ପଡ଼ୁଛନ୍ତି । ବ୍ୟବସ୍ଥାର ଏପରି ବିକଳ ଚିତ୍ର କିପରି ଚାଲିଛି ପ୍ରାଥମିକ ଶିକ୍ଷା ତାହା ବୁଝିହେବ । ତୁରନ୍ତ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଦାବି ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments