Homeaccidentରାଜଧାନୀ ସିରିଜ ଦୁର୍ଘଟଣାରେ ନୂଆ ଟ୍ବିଷ୍ଟ, ଶାସ୍ତ୍ରୀ ନଗର ଦୁର୍ଘଟଣାରେ କେଶୁରା ଲିଙ୍କ୍

ରାଜଧାନୀ ସିରିଜ ଦୁର୍ଘଟଣାରେ ନୂଆ ଟ୍ବିଷ୍ଟ, ଶାସ୍ତ୍ରୀ ନଗର ଦୁର୍ଘଟଣାରେ କେଶୁରା ଲିଙ୍କ୍

ଭୁବନେଶ୍ବର, (୧୩/୧୦) : ଆପ୍ର : ରାଜଧାନୀ ସିରିଜ ଦୁର୍ଘଟଣାରେ ନୂଆ ଟ୍ବିଷ୍ଟ । ଭୁବନେଶ୍ବର ଶାସ୍ତ୍ରୀ ନଗର ଦୁର୍ଘଟଣାରେ କେଶୁରା ଲିଙ୍କ୍ ।

ଶାସ୍ତ୍ରୀ ନଗରରେ ଦୁର୍ଘଟଣା ଘଟାଇ ଜୀବନ ନେଇଥିବା ଅଭିଯୁକ୍ତ ଆଜି ପୁଣି କେଶୁରାରେ ଘଟାଇଛି ସମାନ କାଣ୍ଡ । ଅଭିଯୁକ୍ତ ହେଉଛି ସୋମ୍ୟରଞ୍ଜନ ରଥ । କିଛି ମାସ ତଳେ ନିଶାସକ୍ତ ଅବସ୍ଥାରେ ଶାସ୍ତ୍ରୀ ନଗରରେ ମର୍ସିଡିଜରେ ଦୁର୍ଘଟଣା ଘଟାଇଥିଲା । ଏଥିରେ ସାଇକେଲ ଆରୋହୀ ଦେବି ପ୍ରସାଦ ରାଉତରାୟଙ୍କ ମୃତ୍ୟୁ ହୋଇଥିଲା । ଏହି ହାଇପ୍ରୋଫାଇଲ ଦୁର୍ଘଟଣା ଯୋଗୁ ସେତେବେଳେ ତମ୍ବିତୋଫାନ ହୋଇଥିଲା । ଖାରବେଳ ନଗର ଥାନା ଦ୍ବାରା ଗିରଫ ହୋଇଥିଲେ ସୌମ୍ୟରଞ୍ଜନ । ଏବେ ସମାନ ଢଙ୍ଗରେ ଇଭି କାର ଯୋଗେ ଦୁର୍ଘଟଣା ଘଟାଇ ୬ରୁ ଅଧିକ ଲୋକଙ୍କୁ କରିଛି ଘାଇଲା । ପ୍ରଥମେ ଢାବାରେ ପାଟିତୁଣ୍ଡ କରିଥିଲା, ପରେ ବାହାରେ ଦୁର୍ଘଟଣା ଘଟାଇଥିଲା । ସକାଳୁ ସକାଳୁ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ପରେ ପ୍ରତିବାଦ କରୁଥିବା ଲୋକଙ୍କୁ ପୁଣି ଗାଡ଼ି ଚଢାଇ ଆକ୍ରମଣ କରିଥିଲା ।

ଯୁବକକୁ କାବୁ ପରେ ବଡଗଡ ଥାନାରେ ଅଟକ ରଖାଯାଇଛି । ଏହି ହାଇ ପ୍ରୋଫାଇଲ୍ ଦୁର୍ଘଟଣାର କ୍ରାସ ଇନଭେଷ୍ଟିଗେସନ ଆରମ୍ଭ ହୋଇଛି । ରଦ୍ଦ ହୋଇପାରେ ଦୁର୍ଘଟଣା ଘଟାଇଥିବା ଯୁବକର ଲାଇସେନ୍ସ। ସବୁ ଦିନ ପାଇଁ ଲାଇସେନ୍ସ କୁ ବାତିଲ କରିବ ପରିବହନ ବିଭାଗ । ଏନେଇ ଆରମ୍ଭ ହୋଇଛି କ୍ରାସ ଇନଭେଷ୍ଟିଗେସନ । ଭୁବନେଶ୍ୱର ପରିବହନ ଅଧିକାରୀଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ବଡଗଡ ଥାନାରେ MVI ଟିମ୍ ପହଞ୍ଚି କରୁଛନ୍ତି ତନାଘନା । ବାରମ୍ବାର ଦୁର୍ଘଟଣା ଘଟାଇଥିବାରୁ ମୋଟା ଅଙ୍କର ଫାଇନ୍ ଆଦାୟ ହୋଇପାରେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments