Homelocalଯୌତୁକ ନିଷେଧ ଏବଂ ମହିଳାଙ୍କୁ ଘରୋଇ ହିଂସାରୁ ସୁରକ୍ଷା ଆଇନ ତାଲିମ୍ କାର୍ଯ୍ଯକ୍ରମ

ଯୌତୁକ ନିଷେଧ ଏବଂ ମହିଳାଙ୍କୁ ଘରୋଇ ହିଂସାରୁ ସୁରକ୍ଷା ଆଇନ ତାଲିମ୍ କାର୍ଯ୍ଯକ୍ରମ

ରାୟଗଡା, (୨୩/୦୯) : ଆପ୍ର : ଯୌତୁକ ନିଷେଧ ଆଇନ ଏବଂ ମହିଳା ମାନଙ୍କୁ ଘରୋଇ ହିଂସାରୁ ସୁରକ୍ଷା ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 09 22 at 23.22.08

ରାୟଗଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଶ୍ରୀ ରବୀନ୍ଦ୍ର ନାଥ କହଁର, OAS (SAG) ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ସାଧାରଣ), ରାୟଗଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି । ଯୌତୁକ ନିଷେଧ, ଘରୋଇ ହିଂସା, ପରିବାର ମଧ୍ୟରେ ମହିଳାମାନଙ୍କୁ ହିଂସାରୁ ସୁରକ୍ଷା ଏବଂ ଆବଶ୍ୟକ ସହାୟତା ଓ ଆଇନଗତ ପ୍ରତିକାର ପାଇଁ ଉପଲବ୍ଧ ବିଭିନ୍ନ ଅନୁଷ୍ଠାନିକ ବ୍ୟବସ୍ଥା ସମ୍ପର୍କରେ ଅଂଶଗ୍ରହଣକାରୀ ମାନଙ୍କୁ ସଚେତନ କରାଯାଇଛି । ଶ୍ରୀ ରବୀନ୍ଦ୍ର ନାଥ କହଁର, OAS (SAG) ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ସାଧାରଣ ), ରାୟଗଡ଼, ରୁପାଲି ପାତ୍ର, ସହାୟକ ଜିଲ୍ଲାପାଳ, ଡାଃ.ମମତା ସାହୁ, ADMO, DHH, ରାୟଗଡ଼, ଶ୍ରୀମତୀ ମିନତୀ ଦେଓ, DSWO, ରାୟଗଡ଼,ଶ୍ରୀମତୀ ସୁନିତା ବେହେରା ଇନ୍ସପେକ୍ଟର, IUCW,ଶ୍ରୀ ଆକାଶ ଗୁରୁ, କାଉନସିଲର, ପରିବାର ଅଦାଲତ,ଶ୍ରୀମତୀ ପ୍ରଣତି ପାତ୍ର, ବରିଷ୍ଠ ଓକିଲ ଓ ସଦସ୍ୟ, JJB ସମ୍ବଳ ବ୍ୟକ୍ତି, ଶ୍ରୀ ରବିନାରାୟଣ ଶତପଥୀ, ବରିଷ୍ଠ ଓକିଲ – ସମ୍ବଳ ବ୍ୟକ୍ତି ଆଦି ଅତିଥି ଉପସ୍ଥିତ ଥିଲେ । WhatsApp Image 2026 09 22 at 23.20.44

DSWO ଯୌତୁକ ନିଷେଧ ଆଇନ, ୧୯୬୧ ଏବଂ ମହିଳାମାନଙ୍କୁ ଘରୋଇ ହିଂସାରୁ ସୁରକ୍ଷା ଆଇନ, ୨୦୦୫ ସମ୍ପର୍କରେ ସଚେତନତା ସୃଷ୍ଟିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଯୌତୁକ ପ୍ରଥା, ଘରୋଇ ହିଂସା ରୋକିବା, ମହିଳାମାନଙ୍କୁ ସମୟୋ ଉପକୋଗୀ ସହାୟତା ଓ ସୁରକ୍ଷା ଯୋଗାଇବା ପାଇଁ ପ୍ରଶାସନ, ପୋଲିସ, ନ୍ୟାୟ ବ୍ୟବସ୍ଥା, ଆଇନଜୀବୀ, ସ୍ୱାସ୍ଥ୍ୟ ବିଭାଗ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ସାଧାରଣ), ରାୟଗଡ଼ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଏବଂ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମସ୍ତ ବିଭାଗ ଓ ଅଂଶୀଦାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।

ଯୌତୁକ ଏବଂ ଘରୋଇ ହିଂସାକୁ ରୋକିବା ପାଇଁ ସମସ୍ତ ସ୍ତରରେ ନିରନ୍ତର ସଚେତନତା ଏବଂ ସମନ୍ୱିତ ପଦକ୍ଷେପ ଆବଶ୍ୟକ। ମହିଳାମାନଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ସୁନିଶ୍ଚିତ କରିବା ସହିତ ଆଇନଗତ ଏବଂ ଅନୁଷ୍ଠାନିକ ପ୍ରତିକାର ଯୋଗାଇଦେବା ଆହ୍ୱାନ ଦେଇଥିଲେ। ସଚେତନତାମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ତୃଣମୂଳ ସ୍ତରକୁ ନେବା ଆବଶ୍ୟକ, ଆଇନର ବ୍ୟବସ୍ଥାଗୁଡ଼ିକ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ଏବଂ ସମାଜ ଯୌତୁକ ଓ ଘରୋଇ ହିଂସାର କୁପରିଣାମ ସମ୍ପର୍କରେ ଅଧିକ ସଚେତନ ହୋଇପାରିବ ।

ବରିଷ୍ଠ ଓକିଲ ଶ୍ରୀ ରବିନାରାୟଣ ଶତପଥୀ ଯୌତୁକ ନିଷେଧ ଆଇନ ଏବଂ, ବରିଷ୍ଠ ଓକିଲ ଓ ସଦସ୍ୟ, JJB ଶ୍ରୀମତୀ ପ୍ରଣତି ପାତ୍ର ମହିଳାଙ୍କୁ ଘରୋଇ ହିଂସାରୁ ସୁରକ୍ଷା ଆଇନ ଉପରେ ତାଲିମ ପ୍ରଦାନ କରିଥିଲେ ।  ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଲେଡୀ ସୁପରଭାଇଜାର, ମହିଳା ଡ଼େସ୍କ ପୁଲିସ ଅଧିକାରୀ, କଲେଜ ଅଧ୍ୟାପକ,କଲେଜ ଛାତ୍ରୀ, ନାରୀ ଅଦାଲତ ସଦସ୍ୟ, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଶକ୍ତି ସଦନ, ବନ ସ୍ଟପ ସେଣ୍ଟର କର୍ମୀ, ବେସରକାରୀ ସଂସ୍ଥା , ଗଣମାଧ୍ୟମ କର୍ମୀ, ସଂକଳ୍ପ ହବର କର୍ମକର୍ତ୍ତା ଯୋଗ ଦେଇଥିଲେ । ଶ୍ରୀ ଦିବାକର ପରିଚ୍ଛା,ଜିଲ୍ଲା ସଂଯୋଜକ , ସଂକଳ୍ପ ହବ,।ରାୟଗଡା ଧାନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments