ଭଞ୍ଜନଗର, (୦୫/୧୧) : ଆପ୍ର : ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗି ଗୌଡ଼ ସାହିରେ ରହୁଥିବା ତ୍ରିନାଥ ଗୌଡ଼(୭୦)ଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି ।
ବୁଧବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ତ୍ରିନାଥ ନିଜ ଘର ବାରଣ୍ଡାରେ ଶୋଇ ଥିବା ବେଳେ କୌଣସି ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ପଥରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଛି । ହତ୍ୟାକାରୀ ଫେରାର ହୋଇ ଯାଇଥିବାର ଜଣାପଡ଼ିଛି। ତେବେ ବୃଦ୍ଧଙ୍କୁ କାହିଁକି ଓ କେଉଁ ପରିସ୍ଥିତିରେ ହତ୍ୟା କରାଯାଇଛି, ଏହାର ସଠିକ୍ ତଥ୍ୟ ଜଣାପଡ଼ି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଯୋଗ୍ୟ ଯେ ମୃତ ତ୍ରିନାଥଙ୍କ ନିଜ ଭିଟାମାଟି ଗାଲେରୀ ହୋଇଥିବା ବେଳେ ସେ ଗତ କିଛି ବର୍ଷ ଧରି ଗାଁ ଛାଡି ବଦାଙ୍ଗି ଗୌଡ଼ ସାହିରେ ଘର କରି ରହି ଆସୁଥିଲେ । ତ୍ରିନାଥ କୁଆଡେ ଝାଡ଼ଫୁଙ୍କ ଓ ସାମାନ୍ୟ ଗୁଣି ଗାରେଡ଼ି ମନ୍ତ୍ର ଶିକ୍ଷା କରିଥିବାରୁ, କୌଣସି ବ୍ୟକ୍ତି ଏହାକୁ ଅସହିଷ୍ଣୁ ହୋଇ ପଡ଼ି ହତ୍ୟା କରିଥିବାର ସନ୍ଦେହ କରାଯାଇଛି । ପୁଲିସ ସହ ଯୋଗାଯୋଗ ହୋଇ ପରି ନ ଥିବାରୁ ହତ୍ୟାକାଣ୍ଡର ସଠିକ୍ ତଥ୍ୟ ଜଣା ପଡ଼ି ନାହିଁ । ଏହି ଘଟଣା ତାରସିଂ ଅଞ୍ଚଳରେ ଚହଳ ସୃଷ୍ଟି କରିଛି ।

