Homelocalମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ସ୍ତରୀୟ ଜଳଜମତ୍ସ୍ୟ ଉଦ୍ୟୋଗୀ ସମ୍ମିଳନୀ ଉଦ୍‌ଘାଟିତ

ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ସ୍ତରୀୟ ଜଳଜମତ୍ସ୍ୟ ଉଦ୍ୟୋଗୀ ସମ୍ମିଳନୀ ଉଦ୍‌ଘାଟିତ

ବ୍ରହ୍ମପୁର, (୧୯/୦୭) : ଆପ୍ର : ଓଡ଼ିଶାର ଏକମାତ୍ର ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଯାହା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଉପକଣ୍ଠସ୍ଥ ରଙ୍ଗେଇଲୁଣ୍ଡା ଠାରେ ଅବସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଠାରେ ଚଳିତ ବର୍ଷର ଆୟୋଜିତ ଦୁଇଦିନିଆ ଜାତୀୟସ୍ତରୀୟ ଜଳଜ ମତ୍ସ୍ୟ ଉଦ୍ୟୋଗୀ ସମ୍ମିଳନୀ ଶନିବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି ।

ଯାହାକି ଆକ୍ୱା ପ୍ରିନେଉର୍ କନକ୍ଳେଭ ଜାତୀୟ ସ୍ତରୀୟସମ୍ମିଳନୀକୁ ମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମତ୍ସ୍ୟ କ୍ଷେତ୍ରରେ ଓଡିଶା ଆଜି ପ୍ରଥମ ସ୍ଥାନରେ ରହିଛି, ନିକଟ ଅତୀତରେ ଗଭୀର ସମୁଦ୍ରରେ ମାଛ ଧରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି । ମତ୍ସ୍ୟ କ୍ଷେତ୍ରରେ ଉନ୍ନତି ଦିଗରେ ପଶ୍ଚିମାଞ୍ଚଳର ସୁବର୍ଣ୍ଣପୁର ଠାରେ ଆଉ ଏକ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତି ନିଆଯାଇଛି ବୋଲି ସୂଚାଇ ଗାଁର ଉନ୍ନତି ହେଲେ ରାଜ୍ୟ ତଥା ଦେଶର ଉନ୍ନତି ବିଧାନ ହୋଇପାରିବ ବୋଲି ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଶ୍ରୀ ମଲ୍ଲିକ ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ସଭାପତିତ୍ୱ କରିଥିବା ବେଳେ, ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଡିନ୍ ତଥା କନକ୍ଳେଭର ସଂଯୋଜକ ପ୍ରଫେସର ନିତ୍ୟାନନ୍ଦ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ସାଂଗକୁ ସ୍ୱାଗତ ସମ୍ଭାଷଣ ଦେଇଥିଲେ ।

ମତ୍ସ୍ୟ କ୍ଷେତ୍ରର ଉନ୍ନତି ପାଇଁ କୁଳପତି ଓ ବିଭାଗୀୟ ମନ୍ତ୍ରୀଙ୍କୁ ମହାବିଦ୍ୟାଳୟର ଡିନ୍ ସାଧୁବାଦ ଜଣାଇଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଓଡ଼ିଆ ଜାତୀୟ ସଙ୍ଗୀତ ମିଳିତ ସାମୂହିକ ଗାନ କରାଯାଇଥିଲା । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ନିଜ ବକ୍ତବ୍ୟରେ କହିଥିଲେ ଯେ, ମତ୍ସ୍ୟ-ଉତ୍ପାଦନ କ୍ଷେତ୍ରରେ ଭାରତୀୟ ଅର୍ଥନୀତିରେ ସୂର୍ଯ୍ୟକୀରଣ କ୍ଷେତ୍ର ଭାବରେ ବିବେଚନା କରାଯାଏ । ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ମତ୍ସ୍ୟ ଉଦ୍ୟୋଗୀ ମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ମତ୍ସ୍ୟ ଯୋଜନା ପ୍ରଣୟନ ଦ୍ୱାରା ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଉଛି । ମୁଖ୍ୟବକ୍ତା ଭାବେ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ଭାରତ ସରକାର ଅଧୀନରେ କାର୍ଯ୍ୟରତ ପ୍ରଫେସର ଜି. ଜୟସୀକରନ ଯୋଗ ଦେଇ ମତ୍ସ୍ୟ ଉଦ୍ୟୋଗୀ ସୃଷ୍ଟି ଉପରେ ଗୁରୁତ୍ୱଆରୋପ କରିଥିଲେ ।

ଏହି ଜାତୀୟ ସ୍ତରୀୟସମ୍ମିଳନୀ କନକ୍ଳେଭ, ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଓ ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦ ଦ୍ୱାରା ଆୟୋଜିତ ହୋଇଛି । ଅଭିନବ ଉପାୟରେ ମାଛକୁ ରୂପାନ୍ତରୀକରଣ କରି ଭିନ୍ନ ଭିନ୍ନ ପ୍ରକାର ମୂଲ୍ୟ ଯୁକ୍ତ ଦ୍ରବ୍ୟ ପ୍ରସ୍ତୁତ କରିବା ଦ୍ଵାରା ମାଛର ଚାହିଦା ବଢିବା ସହିତ ମତ୍ସ୍ୟ ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ଦେଶର ଭିନ୍ନ ଭିନ୍ନ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟଳରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜ ନିଜର ମାଛର ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତ କରି ବିଶେଷଜ୍ଞଙ୍କ ସମୁଖରେ ଉପସ୍ଥାପନ କରିଥିଲେ । ଜୁଲାଇ ୧୮ ଓ ୧୯ ତାରିଖ ଏହି ଦୁଇ ଦିନିଆ କନକ୍ଳେଭରେ ଭାରତ ବର୍ଷର ଭିନ୍ନ ଭିନ୍ନ ରାଜ୍ୟ ତଥା ମହାରଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ତାମିଲନାଡୁ, ଆନ୍ଧ୍ର-ପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଓ ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ମତ୍ସ୍ୟବିଜ୍ଞାନୀ, ଅଧ୍ୟାପକ, ମତ୍ସ୍ୟ-ଉଦ୍ୟୋଗୀ, ପ୍ରଶାସକ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ସଭାପତିତ୍ୱ କରିଥିବା ବେଳେ, ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଡିନ୍ ତଥା କନକ୍ଳେଭର ସଂଯୋଜକ ପ୍ରଫେସର ନିତ୍ୟାନନ୍ଦ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ସାଂଗକୁ ସ୍ୱାଗତ ସମ୍ଭାଷଣ ଦେଇଥିଲେ । ମତ୍ସ୍ୟ କ୍ଷେତ୍ରର ଉନ୍ନତି ପାଇଁ କୁଳପତି ଓ ବିଭାଗୀୟ ମନ୍ତ୍ରୀଙ୍କୁ ମହାବିଦ୍ୟଳର ଡିନ ସାଧୁବାଦ ଜଣାଇଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଓଡ଼ିଆ ଜାତୀୟ ସଙ୍ଗୀତ ମିଳିତ ସାମୂହିକ ଗାନ କରାଯାଇଥିଲା । ଆସୋସିଏଟ ପ୍ରଫେସର ଡ଼ଃ.ଧରିତ୍ରୀ ଚୌଧୁରୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ସକ୍ରୀୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳସଚିବ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments