ରାୟଗଡା, (୦୭/୦୮) : ଆପ୍ର : ରାୟଗଡା ସହର ରାଣିଗୁଡ଼ା ଠାରେ ୦୭ ତାରିଖ ଶୁକ୍ରୁବାର ଦିନ ଦେଖିବାକୁ ମିଳିଥିଲା ଭକ୍ତି ଓ ଶ୍ରଦ୍ଧାର ଅପୂର୍ବ ପରିବେଶ ।
ସ୍ଥାନିୟ ରାଣିଗୁଡ଼ା ଫାର୍ମ ସ୍ଥିତ ମଝିଘରିଆଣି ମଣ୍ଡପ ଠାରୁ ମଝିଘରିଆଣୀ ମନ୍ଦିର ଅଭିମୁଖେ ବାହାରିଥିଲା ଏକ ଶୋଭାଯାତ୍ରା । ଏହି ଶୋଭାଯାତ୍ରାରେ ସ୍ଥାନିୟ ଆବାଳ, ବୃଦ୍ଧ, ବନିତା ସାଙ୍ଗକୁ ଶହ ଶହ ମହିଳା ବାହାରିଥିଲେ ଏହି ଶୋଭାଯାତ୍ରାରେ । ସମସ୍ତଙ୍କ ହାତରେ ଥିଲା ପିତ୍ତୋଳ ଥାଳିରେ ପରସା ଯାଇଥାଏ ମା ମଝିଘରିଆଣୀଙ୍କ ପାଇଁ ଫୁଲ, ଶଙ୍ଖା, ସିନ୍ଦୁର, ଅଳିତା, ଶାଡି, ଚୁଡ଼ି ଏବଂ କିସମ କିସମର ମିଠା, ନଡ଼ିଆ, ପଣସ ଏବଂ ବିଭିନ୍ନ ଫଳ ପାଚିଲା। ପାରମ୍ପରିକ ବାଜା ବଜାଇ ବାଣ ଫୁଟାଇ ବିରାଟ ବଡ଼ ଶୋଭାଯାତ୍ରା ରାସ୍ତାର ଦୁଇ କୋଡ଼କୁ ଛୋଟ କରି ଦେଉଥିବା ମନେ ହେଉଥିଲା ।
ମା ମଝିଘରିଆଣି କମିଟି ରାଣୀଗୁଡ଼ା ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ ୟେଲ୍ଲା କଣ୍ଡା ବାବୁ । ଆଷାଢ଼ରେ ଝିଅ ବାପାଙ୍କ ଘରକୁ ଯାଇ ଆସିବା ପରେ ଯେଉଁଭଳି ଝିଅ ଭାର ନେଇ ଆସିଥାଏ। ସେହିଭଳି ଆଜି ଶହ ଶହ ସଂଖ୍ୟାରେ ମହିଳା ମାନେ ଆଷାଢ଼ ଶାଢ଼ୀ ଓ ଭାର ନେଇ ମଝିଘରିଆଣୀଙ୍କ ଠାରେ ପ୍ରାର୍ଥନା କରିବା ସହ ଜିଲ୍ଲାର ମଙ୍ଗଳ, ସ୍ଥାନିୟ ଅଂଚଳରେ ଶାନ୍ତି ଏବଂ ନିଜ ପରିବାର ସଦସ୍ୟ ମାନଙ୍କ ପାଇଁ ପ୍ରାର୍ଥନା କରିଥିଲେ ।

