Homelocalନିଖିଳ ଭାରତ ଓଡ଼ିଆ ଅଧ୍ୟାପକ ସମ୍ବେଳନ ରେ ଭୀମଭୋଇ ଜାତୀୟ ପାଠଚକ୍ର ଭାଗ ନେଲେ ୫...

ନିଖିଳ ଭାରତ ଓଡ଼ିଆ ଅଧ୍ୟାପକ ସମ୍ବେଳନ ରେ ଭୀମଭୋଇ ଜାତୀୟ ପାଠଚକ୍ର ଭାଗ ନେଲେ ୫ ଶହ ରୁ ଉର୍ଦ୍ଧ ଅଧ୍ୟାପକ

ସୁବର୍ଣ୍ଣପୁର, (୧୨/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ରବିବାର ଭୀମଭୋଇ ସାହିତ୍ୟ ଓ ମହିମା ଧର୍ମ ଉପରେ ଆଲୋଚନା ଚକ୍ର ନିଖିଳ ଭିତ୍ତି ପ୍ରସଙ୍ଗ, ସିଦ୍ଧାର୍ଥ ସଭା ଗୃହ ରେ ନିଖିଳ ଭାରତ ଓଡ଼ିଆ ଅଧ୍ୟାପକ ସମ୍ବେଳନ ଓ ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ ବିନିକା ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 07 13 at 17.14.34 1

ଏଥିରେ ପ୍ରଫେସର ଡ଼ କୃଷ୍ଣ ଚନ୍ଦ୍ର ପଧାନ, ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ,ମୁଖ୍ୟ ବକ୍ତା ଭାବେ ପଣ୍ଡିତ କବି ଆର୍ତ୍ତତ୍ରାଣ ବାବୁ, ସମ୍ବାନୀୟ ଅତିଥି ଭାବେ , ବିଶିଷ୍ଟ ଗବେଷକ ଓ ସାହିତ୍ୟିକ ପ୍ରଫେସର କପିଳାସ ମିଶ୍ର, ସାହିତ୍ୟିକ ଗୋରେଖ ନାଥ ସାହୁ, ପ୍ରାଧ୍ୟାପିକା ମିନା ମହାରଣା, ଅଧ୍ୟାପିକା ବୟଜନ୍ତି ସାହୁ,, ସୋନପୁର ରାଜ କଲେଜ ର ପୂର୍ବତନ ପ୍ରିନିସପାଳ ସନ୍ତୋଷ କୁମାର ପାଢ଼ୀ, ଡ଼ ବାଳକୃଷ୍ଣ ବେହେରା, ସମୀକ୍ଷକ ଡ଼ ରଂଜିତ କୁମାର ପରିଡା, ଅଧ୍ୟାପକ ଡ଼ ଶେଷଦେବ ଛତ୍ର, ଇତିହାସିକ ସୁଦାମା ନାଏକ, ଡ଼ ଅନିରୁଦ୍ଧ କୁରକୁରିଆ,,ଅଧ୍ୟାପକ ଡ଼ ମୀନ କେତନ ଜଗଦଳା ପ୍ରମୁଖ ଭୀମଭୋଇଙ୍କ ଓ ମହିମା ଧର୍ମ ସ୍ତୁସ୍ତି ଚିନ୍ତାମଣି ଗ୍ରନ୍ଥ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଜିଲ୍ଲାପାଳ ଡ଼ ସାହୁ, ଭୀମଭୋଇ ଙ୍କୁ ଏକା ଧାରାରେ ଜଣେ ସନ୍ୟାସୀ, ସାଧୁ, ସନ୍ଥ କ୍ରାନ୍ତିକାରୀ, ସମାଜ ସଂସାରକ ଗୃହୀ, ବିପ୍ଲବୀ କବି ବୋଲି ବର୍ଣ୍ଣନା କରିବା ସହିତ ଭୀମଭୋଇ ଙ୍କ ରଚିତ ଲେଖନୀ ସ୍ତୁସ୍ତି ଚିନ୍ତାମଣି ମାନବ ସମାଜ ପାଇଁ ଏକ ଅମୁଲ୍ୟ ଅମୃତ ଦାନ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ l ,କନିଷ୍ଠ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼ ରେଖା ପଧାନ, ସ୍ୱାଗତ ଭାଷଣ ଦେଇଥିଲେ l ବିବରଣୀ ଅଧ୍ୟାପକ ଡ଼ ରମେଶ ଚନ୍ଦ୍ର ବେହେରା,ସଂଯୋଜନା ଅଧ୍ୟାପକ ଡ଼ ପଲ୍ଲିଶ୍ରୀ ପଟ୍ଟନାୟକ, କରିଥିବାବେଳେ ଅଧ୍ୟାପକ ଡ଼ କାଳିଆ ସେଠୀ, ପ୍ରମୁଖ ଭୀମଭୋଇଙ୍କ ରଚିତ ସ୍ତୁତି ଚିନ୍ତାମଣି, ନିଗୁଣ ମହାତ୍ମା, ବ୍ରହ୍ମ ନିରୂପଣ ଭୀମଭୋଇ ଗ୍ରନ୍ଥବଳୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments