Homelocalବୁଢ଼ୀପଦର ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା

ବୁଢ଼ୀପଦର ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା

ଲୋଇସିଂହା, (୦୩/୧୦) : ଆପ୍ର : ଲୋଇସିଂହା ବ୍ଲକ ବୁଢ଼ୀପଦର ଗ୍ରାମରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ସରପଞ୍ଚ ଲକ୍ଷ୍ମୀ ପଧାନ୍, ଲୋଇସିଂହା ବିଡ଼ିଓ ଅକ୍ଷୟପାଣି ଉଡୁ, କନିଷ୍ଠ ଯନ୍ତ୍ରୀ କେଦାରନାଥ ମେହେର, ନିର୍ବାହୀ ଅଧିକାରୀ ପ୍ରହ୍ଲାଦ ବେହେରା, ଏଡିଇଓ ଜିତେନ୍ଦ୍ରିୟ ସାହୁ, ସମାଜସେବୀ ଯୁଧିଷ୍ଟିର ପଧାନଙ୍କ ସମେତ ଜିଲ୍ଲାସ୍ତରୀୟ କର୍ମଚରୀ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସରପଞ୍ଚ ଶ୍ରୀମତୀ ପଧାନ ତାଙ୍କର ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ଗ୍ରାମସଭାର ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ । ଶିଶୁ ଶ୍ରମିକ କିପରି ରୋକାଯାଇ ପାରିବା ସହିତ ଲୋକେ ସଚେତନ ହୋଇପାରିବେ ସେ ଉପରେ ଅଭିଜିତ ପଣ୍ଡା ବକ୍ତବ୍ୟ ରଖିଥିଲେ । ବବିତା ପ୍ରଧାନ ଉପସ୍ଥିତ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ବିଷୟରେ ସୂଚନା ପ୍ରଦାନ କରିଥିଲେ ।

ଏହି ଅବସରରେ ସଫେଇ କାର୍ଯ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବୁଢିପଦର ପଞ୍ଚାୟତ ସମେତ ମା’ ଲକ୍ଷ୍ମୀ ଏସ୍ଏଚ୍‌ଜି ଓ ସଫେଇ ମିତ୍ର ଜୟକୃଷ୍ଣ ସୁନାଙ୍କୁ ବ୍ଲକ୍ ପ୍ରଶାସନ ତରଫରୁ ସମ୍ୱର୍ଦ୍ଧିତ କରାଯାଇଥିଲା । ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଉପରେ ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ଆଲୋକପାତ କରିବା ସହିତ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments