ବିଷଧର ସାପକୁ ଧରି ଡାକ୍ତରଖାନାରେ ପହଁଚିଗଲେ ମହିଳା

Date:

Share post:

ମାଲକାନଗିରି, (୨୫/୦୬) : ଆପ୍ର : ବିଷାକ୍ତ ସାପକୁ ଧରି ମେଡ଼ିକାଲରେ ପହଁଚିଗଲେ ମହିଳା । ସାପ କାମୁଡ଼ିବା ପରେ ସେହି ସାପକୁ ଧରି ସିଧା ମେଡ଼ିକାଲରେ ପହଁଚିଛନ୍ତି ମହିଳା ।

ଏଭଳି ଦୃଶ୍ୟ ଦେଖିବା ମାଲକାନଗିରି ଜିଲ୍ଲା ମାଥିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ । ମାଥିଲି ଥାନା ଅନ୍ତର୍ଗତ କୁରୁମପାଲି ଗ୍ରାମର ମଣିମା ନାୟକ ନାମକ ଜଣେ ମହିଳା ରାତିରେ ଘରେ ଭିତରେ ଶୋଇଥିଲେ। ତାଙ୍କ ଗୋଡ଼ରେ ପ୍ରବଳ ଯନ୍ତ୍ରଣା ହେବାରୁ ହଠାତ୍ ନିଦ ଭାଙ୍ଗି ଯାଇଥିଲା । ଏହା ପରେ ସେ ଘର ଭିତରେ ଏକ ବିଷଧର ସାପକୁ ଦେଖିଥିଲେ । ନିଜର ଉପସ୍ଥିତି ବୁଦ୍ଧି ଖଟାଇ ତୁରନ୍ତ ଉକ୍ତ ସାପଟିକୁ କୌଶଳ କ୍ରମେ ଏକ ଡବାରେ ଭର୍ତ୍ତି କରି ଦେଇଥିଲେ । ଡାକ୍ତର ସାପ ଦେଖିଲେ କେଉଁ ସାପ ଜାଣିପାରିବେ ଭାବି ମଣିମା ଏଭଳି ଦୁଃସାହାସିକ ପଦକ୍ଷେପ ନେଇଥିଲେ । ଏହା ପରେ ଉକ୍ତ ସାପକୁ ଧରି ସିଧା ମାଥିଲି ମେଡ଼ିକାଲରେ ପହଁଚିଯାଇଥିଲେ । ଡାକ୍ତର ସାପକୁ ଦେଖିବାକୁ ପରେ ଆତଙ୍କିତ ହୋଇଯାଇଥିଲେ । ସାପକୁ ଚିହ୍ନଟ କରିବା ସେହି ଅନୁସାରେ ମହିଳାଙ୍କ ତୁରନ୍ତ ଚିକିତ୍ସା ଆରମ୍ଭ ହୋଇଥିଲା । ବର୍ତ୍ତମାନ ମହିଳା ଜଣକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜିଲ୍ଲାସ୍ତରୀୟ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା

ବଲାଙ୍ଗିର, (୨୫/୦୬) : ଆପ୍ର : ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କୋଶଳ...

ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା, (୨୫/୦୬) : ଆପ୍ର : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା...

ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀ, (୨୫/୦୬) : ଆପ୍ର : ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି...

କନ୍ଧମାଳରେ ଚାଞ୍ଚଲ୍ୟ; ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗ ପରେ ଜି.ଉଦୟଗିରି ପୋଲିସର ତଦନ୍ତ ଆରମ୍ଭ

କନ୍ଧମାଳ, (୨୫/୦୬) : ଆପ୍ର : କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି । ଏହି ଘଟଣାରେ ପୋଲିସ...