Homeaccidentଗୁଇନ୍ଦା ବିଭାଗ ଏଏସ୍ଆଇ ଙ୍କ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ

ଗୁଇନ୍ଦା ବିଭାଗ ଏଏସ୍ଆଇ ଙ୍କ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ

ଗୁଣପୁର, (୨/୮) : ଆପ୍ର : ଗତକାଲି ଗଜପତି ଜିଲ୍ଲାର କାଶୀନଗର ଥାନା ଅନ୍ତର୍ଗତ କେ ସୀତାପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା ।WhatsApp Image 2026 08 02 at 12.26.56

ଏହି ଦୁର୍ଘଟଣା ରେ ଗଜପତି ଜିଲ୍ଲା ପୁଲିସର ଗୁଇନ୍ଦା ବିଭାଗରେ ଏଏସ୍ଆଇ ଭାବେ କାର୍ଯ୍ୟରତ ମନୋଜ କୁମାର ପାଢ଼ୀ ଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ କାର୍ଯ୍ୟ ସାରି ଏଏସ୍ଆଇ ମନୋଜ କୁମାର ପାଢ଼ୀ ବାଇକ୍ ଯୋଗେ ପାରଳାଖେମୁଣ୍ଡି ରୁ ଗୁଣପୁର ନିଜ ଘର ଅଭିମୁଖେ ଫେରୁଥିବା ସମୟରେ କେ ସୀତାପୁର ନିକଟରେ ସାମ୍ନା ପଟରୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ଯୋରଦାର ଥିଲା ଯେ ମନୋଜ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଅନ୍ୟ ଦୁଇ ଆହତଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ମନୋଜ ଙ୍କ ଅକାଳ ବିୟୋଗ ରେ ଗୁଣପୁର ସମେତ ରାୟଗଡା ଓ ଗଜପତି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ମନୋଜ ଙ୍କ ପତ୍ନୀ ଜଣେ ଶିକ୍ଷୟିତ୍ରୀ ହୋଇଥିବା ବେଳେ ତାଙ୍କ ପୁଅ ଯୁକ୍ତ ଦୁଇ ରେ ଶିକ୍ଷା ଅର୍ଜନ କରୁଥିବା ସୂଚନା ମିଳିଛି । ମନୋଜ ଙ୍କ ମୃତ୍ୟୁ ଖବର ପାଇ ପରିବାରବର୍ଗ ସ୍ତବ୍ଧ ହୋଇଯାଇଥିବା ବେଳେ ସହକର୍ମୀ , ସ୍ଥାନୀୟ ବାସିନ୍ଦା ଓ ବନ୍ଧୁ ବର୍ଗ ଗଭୀର ଶୋକ ପ୍ରକାଶ କରିଛନ୍ତି । କାଶୀନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୂର୍ଘଟଣାର ତଦନ୍ତ କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments