ସୁବର୍ଣ୍ଣପୁର, (୨୨/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସମ୍ମିଳିନୀ କକ୍ଷ୍ୟ ରେ ମନେରଗା ଯୋଜନା ର ସାମାଜିକ ସମୀକ୍ଷା ଜନ ଶୁଣାଣି ଶିବିର ବୀରମହାରାଜପୁର ଉପ ଜିଲ୍ଲାପାଳ ସୁରେନ୍ଦ୍ର ମେହେର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବରେ ଓଡିଶା ସାମାଜିକ ସ୍ୱଛତା ଓ ଉତ୍ତର ଦାୟିତ୍ୱ ସମିତି ର ନିର୍ଦେଶକ ନିହାର ରଞ୍ଜନ ସ୍ୱାଇଁ, ସମ୍ବାନୀତ ଅତିଥି ତଥା ସଂଯୋଜକ ଗୋଷ୍ଠି ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ବାଗ, ଜିଲ୍ଲା ସାମାଜିକ ସମୀକ୍ଷକ ହୃଷିକେଶ ମହାକୁର, ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରବୀର ମେହେର, ସାମାଜିକ ସମୀକ୍ଷା ଏକ୍ସପୋର୍ଟ ପୁଷ୍ପାଞ୍ଜଳି ସାବତ, ବ୍ଲକ ଉପାଧ୍ୟାକ୍ଷ ନିର୍ମଳ ଷାଣ୍ଢ, ପ୍ରମୁଖ ଭାଗ ନେଇଥିଲେ l ଏ ପି ଓ ସୁବାଷ ବେହେରା,ପୂର୍ବ ଶିବିରର ରିପୋର୍ଟ ପଠନ କରିଥିଲେ ବ୍ଲକ ସାମାଜିକ ସମୀକ୍ଷକ ମନୋଜ କୁମାର ସେଠି ଗତ ୧-୧୦ -୨୫ ରୁ ୩୧ -୩ -୨୫ ମଧ୍ୟରେ ହୋଇଥିବା ମନେରଗା ଯୋଜନାର କାର୍ଯ୍ୟ ର ସମୀକ୍ଷା ରିପୋର୍ଟ ଉପସ୍ଥାପନ କରିଥିଲେ ଯେଉଁଥିରେ ମୋଟ ୧୬ ଗୋଟି ଗ୍ରାପର ଆର୍ଥିକ ସମସ୍ୟା ୬ ଗୋଟି, ରେକର୍ଡ ଓ ରେଜିଷ୍ଟ୍ର ସମସ୍ୟା ୩୩ ଗୋଟି, ଶ୍ରମିକ ପ୍ରାପ୍ୟ ସମସ୍ୟା ୧୩ ଗୋଟି, କାର୍ଯ୍ୟର ମାନ ସମସ୍ୟା ୧୮ଗୋଟି, ସ୍ୱଚ୍ଛତା ଓ ଉତ୍ତର ଦାୟିତ୍ୱ ସମସ୍ୟା ୭ ଗୋଟି ଓ ଅନ୍ୟାନ୍ୟ ସମସ୍ୟା ୧୪ ଗୋଟି ଏହିପରି ମୋଟ ୮୧ ଗୋଟି ସମସ୍ୟା ଚି଼ହ୍ନଟ ହୋଇଥିବାର ଉପସ୍ଥାପନ କରିଥିଲେ ।
ସମସ୍ତ ସମସ୍ୟା ଗୁଡିକ ଆଗାମୀ ୧୫ ଦିନ ମଧ୍ୟରେ ଅନୁପାଳନ କରିବା ସମସ୍ତ ଜିପି ଅଧିକାରୀଙ୍କୁ ଅଧକ୍ଷ ନିର୍ଦେଶ ଦେଲେ ଉକ୍ତ ସମୟ ମଧ୍ୟରେ ଅନୁପାଳନ ନକଲେ ଜରିମାନା କରାଇବା ପାଇଁ ନିର୍ଦେଶ ଦେଲେ । ଶିବିରରେ ସରପଞ୍ଚ, ସମିତି ସଭ୍ୟ ସମସ୍ତ ଜିପି ଓ ବ୍ଲକ ଅଧିକାରୀ ଅଣକୁଶଳୀ ଶ୍ରମିକ ମାନେ ଉପସ୍ଥିତ ଥିଲେ । ନିର୍ଦେଶକ ସ୍ୱାଇଁ ବ୍ଲକର ପୂର୍ବରୁ ହୋଥିବା ସାମାଜିକ ସମୀକ୍ଷର ସମସ୍ତ ସମସ୍ୟା ଗୁଡିକ ସବୁ ଅନୁପାଳନ କରାଯାଇଥିବାରୁ ଖୁସି ବ୍ୟକ୍ତି କରିଥିଲେ ଓ ଭିବି ଜି ରାମ ଜି ଉପରେ ସଂକ୍ଷେପରେ ବକ୍ତବ୍ୟ ରଖିଥିଲେ । ସଦସ୍ୟ କୁବେର ହରିପାଳ ଶିବିର କୁ ପରିଚାଳନା କରିଥିବାବେଳେ ସହକାରୀ ସହକାରୀ ଯନ୍ତ୍ରୀ ବିଜୟ ପୂର୍ତ୍ ଧନ୍ୟବାଦ ଦେଇଥିଲେ ।

