ଢେଙ୍କାନାଳ, (୨୧/୦୯) : ଆପ୍ର : ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ । କ୍ରସରରେ କାମ କରୁଥିବା ବେଳେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।
ମୃତଦେହ ଲୁଚାଇବା ଉଦ୍ୟମ ନେଇ ଉତେଜନା । ଢେଙ୍କାନାଳ ମୋଟଙ୍ଗା ଥାନା ହିନ୍ଦୋଳ ରୋଡ ସ୍ଥିତ ଏକ ଷ୍ଟୋନ କ୍ରସରେ କାମ ବେଳେ ବିଦ୍ୟୁତ ଆଘାତରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ମୂଳିସିଂ ଗାଁର ଯଦୁମଣି ପଟ୍ଟନାୟକ । (୫୫) ବର୍ଷ ବୋଲି ଜଣା ପଡ଼ିନି । କର୍ମଚାରୀ ଜଣଙ୍କ ବିଦ୍ୟୁତ ଆଘାତରେ ଗୁରୁତର ହେବାରୁ ତାଙ୍କୁ ଅନଗୁଳ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି । କର୍ମଚାରୀ ଜଣଙ୍କ ମୃତ୍ୟୁ ହେବା ପରେ ପରିବାରକୁ ଜଣାଇଥିଲେ ମଧ୍ୟ ତାଙ୍କ ମୃତ ଦେହ କେଉଁଠି ଅଛି ଜଣାଇ ନଥିଲେ । କ୍ରସର ପକ୍ଷରୁ ମୃତ୍ୟୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଘଟଣା ସ୍ଥଳରେ ମୋଟଙ୍ଗା ପୋଲିସ ହହିଞ୍ଚି ତଦନ୍ତ ଆରମ୍ଭ କରିଛି ।

