Homeaccidentଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ୨ ଜଣ ଗୁରୁତର

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ୨ ଜଣ ଗୁରୁତର

ଯୋଡ଼ା, (୨୧/୦୯) : ଆପ୍ର : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ବୈତରଣୀ ପୋଲ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଜଣେ ମୃତ ,ଦୁଇଜଣ ଗୁରୁତର ।

ସୂଚନା ଅନୁସାରେ ରିମିଳିରୁ ଜୟନ୍ତଗଡକୁ ଯାଉଥିବା ପ୍ରତାପପଶି ଅଞ୍ଚଳର ଦିବ୍ୟ ରଞ୍ଜନ ପାତ୍ର ଓ ଚନ୍ଦନ ମହାନ୍ତ ବୈତରଣୀ ପୋଲ ନିକଟରେ ଝାଡ଼ଖଣ୍ଡ ପଟୁ ଆସୁଥିବା ବାଇକ୍ କୁ ମୁହାଁମୁହିଁ ଧକ୍କା ଦେଇଥିଲେ । ଫଳରେ ଝାଡ଼ଖଣ୍ଡ ପଟୁ ଆସୁଥିବା ବାଇକ୍ ଚାଳକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ଏହି ସମୟରେ ରାସ୍ତାରେ ଆସୁଥିବା ଟ୍ରଲର ଚାପି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଝାଡ଼ଖଣ୍ଡ ଟାଟା ନଗରର ସଞ୍ଜୟ କୁମାର ବୋଲି ଜଣାପଡିଛି। ଘଟଣାରେ ଦିବ୍ୟ ରଞ୍ଜନ ପାତ୍ର ଓ ଚନ୍ଦନ ମହାନ୍ତ ଆହତ ହୋଇଛନ୍ତି । ଉଭୟଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରଲର ଓ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments