Homebreaking newsବିଚ୍ ରାସ୍ତାରେ ଫିଲ୍ମ ଷ୍ଟାଇଲ୍ ମର୍ଡର, ଫାୟାରିଂରେ ଯୁବକ ମୃତ

ବିଚ୍ ରାସ୍ତାରେ ଫିଲ୍ମ ଷ୍ଟାଇଲ୍ ମର୍ଡର, ଫାୟାରିଂରେ ଯୁବକ ମୃତ

ବିନିକା, (୧୮/୧୧) : ଆପ୍ର : ବିଚ୍ ରାସ୍ତାରେ ଯୁବକକୁ ଗୁଳିକରି ହତ୍ୟା । ଦୁର୍ବୁର୍ତ୍ତ ଫେରାର ହୋଇଯାଇଥିବା କୁହାଯାଉଛି ହାଯାଉଛି ।

ଏହି ଘଟଣା ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଥାନା ସାଲେପାଲି ପାଙ୍କେଲ କେନାଲ ରାସ୍ତା ମଝିରେ ଘଟିଛି । ଯୁବକକୁ ଫିଲ୍ମ ଷ୍ଟାଇଲରେ ମର୍ଡର କରାଯାଇଛି । ପ୍ରାୟ ୫ ରାଉଣ୍ଡ ଗୁଳି ମାରି ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ । ମୃତ ଯୁବକ ଜଣକ ହେଲେ ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଗଜବନ୍ଧ ପଞ୍ଚାୟତ ବ୍ରାହ୍ମଣୀପାଲି ଗାଁ’ର ସୁଦାମ ସୁନା । ମୃତ ସୁଦାମ ଗଜବନ୍ଧ ଛକରେ ଏକ ଛୋଟିଆ ଓଲଡିଂ ଦୋକାନ କରି ପରିବାର ଚଳାଉଥିଲେ । ଗତକାଲି ରାତିରେ ଘରକୁ ଫେରୁଥିବାବେଳେ କେହି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ କରୁଛି । ତେବେ ପୂର୍ବ ଶତ୍ରୁତା, ପ୍ରେମ ସମ୍ପର୍କ, ବ୍ୟବସାୟ, ଜମିବାଡ଼ି ବିବାଦ କି କେଉଁ କାରଣରୁ ହତ୍ୟା କରାଯାଇଛି ସେନେଇ କାରଣ ଅସ୍ପଷ୍ଟ ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments