ବିନିକା, (୧୦/୦୭) : ଆପ୍ର : ବାହାଘର ବରଯାତ୍ରୀ ଯିବା ହେଲା କାଳ । ଅଜଣା ଗାଡି ଧକ୍କାରେ ଜଣେ ମୃତ ଜଣେ ଆହତ ।
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟୁପାଲି ଗାଁ ନିକଟରେ ଏକ ଅଜଣା ଗାଡି ବାଇକକୁ ଧକ୍କା ଦେଇ ଫେରାର ମାରିଥିଲା । ଫଳରେ ୨ ଜଣ ବାଇକ ଆରୋହୀ ବାଇକ ଉପରୁ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ବିନିକା ଥାନା ବଳାରଙ୍ଗା ଗାଁର ୨ ଜଣ ବାଇକ ଆରୋହୀ ଭୁବନେଶ୍ୱର ମହାକୁର (୪୨) ଓ ଭରତ ମହାକୁର (୩୫)ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଭୁବନେଶ୍ୱର ମହାକୁରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଭରତ ମହାକୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏପଟେ ଖବର ପାଇଁ ପୋଲିସ ମେଡିକାଲକୁ ପହଞ୍ଚି ଶବକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

