Homelocalବାରିକ ସେବା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବାରିକ ସେବା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାୟଗଡା, (୨୫/୦୯) : ଆପ୍ର : ରାୟଗଡା ସହର ସ୍ଥିତ ରଧାକାନ୍ତ ମନ୍ଦିର ମଣ୍ଡପରେ ମା ମଝିଘରିଆଣି ବାରିକ ସେବା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 09 24 at 18.25.41

ଉକ୍ତ ବୈଠକରେ ଫାଉଣ୍ଡର ପ୍ରେସିଡେଣ୍ଟ ଏମ୍. ଶଙ୍କର ରାଓ, ଲିଗାଲ ଏଡଭା ଇଜର ୟେଦ୍ଦୁ ଶ୍ରୀ ହାରା ରାଓ ଏବଂ ଟ୍ରକ୍ ମାଲିକ ସଂଘର ପୂର୍ବତନ ସଭାପତି ମୋନମାଦ୍ଧା ରାଓ (ଚିଟି ବାବୁ) ପ୍ରମୁଖ ଉପସ୍ଥିତ ଥିଲେ। ସଂଘର ପୂର୍ବତନ ସଭାପତି ଏମ ଶଙ୍କର ରାଓ ସଂଘର ସମସ୍ତ ଦସ୍ତାବିଜ ଏବଂ ଦାୟିତ୍ୱଭାର ନବ ନିର୍ବାଚିତ ସଦସ୍ୟ ମାନଙ୍କୁ ପ୍ରଦାନ କରିଥିଲେ । ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରି ବୈଠକ ଆରମ୍ଭ ହୋଇଥିଲା । ସଂଘର ଉନ୍ନତି, ଶୃଙ୍ଖଳା ଜ୍ଞାନ ଏବଂ ବାର୍ଷିକ ବିବରଣୀ ପାଠ କରିଥିଲେ। ପୁରୀ ଜିଲ୍ଲାରେ ଥିବା ବାରିକ ସେବା ସଂଘର ନିର୍ଦ୍ଧେଶ ଓ ଆଦେଶକୁ ଅକ୍ଷର ଅକ୍ଷର ପାଳନ କରିଛନ୍ତି ରାୟଗଡ଼ ମା ମଝିଘରିଆଣି ବାରିକ ସଂଘ । ଏହି ସଂଘ ଜୁଲାଇ ମାସ ୮ ତାରିଖ ୨୦୧୦ରେ ପଞ୍ଜିକୃତ ହୋଇଥିଲା ।WhatsApp Image 2026 09 24 at 18.25.40 1

ଦୀର୍ଘ ୧୬ ବର୍ଷ ଧରି ସଂଘର ସଭାପତି ଏମ ଶଙ୍କର ରାଓ କାର୍ଯ୍ୟଭାର ସମ୍ଭାଳି ଥିଲେ । ଆଜିର ବୈଠକରେ ନୂତନ ସଭାପତି ଏମ ସୋନୁ ଙ୍କୁ ଶପଥପାଠ କରାଇବା ସହ ସଂଘ ସଦସ୍ୟ ମାନଙ୍କୁ ସେବା ମନବୃତ୍ତି ଜାରି ରଖିବାକୁ ନିର୍ଦ୍ଧେଶ ଦେଇଥିଲେ । କେ. ଆଦି ନାରାୟଣ, କେ. ଅନିଲ କୁମାର, କେ. ଗୌରି ଶଙ୍କର, ସିଏଚ୍. ରାଜେଶ କୁମାର, ଏମ୍ ଈଶ୍ୱର ରାଓ ପ୍ରମୁଖ ଉପସ୍ଥିତ ରହି ଆଗମୀ ଦିନରେ ସଂଘ ପକ୍ଷରୁ ହେବାକୁ ଥିବା ରକ୍ତଦାନ ଶିବିର, ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ଅନ୍ନ ଓ ବସ୍ତ୍ର ବିତରୋଣ, ସାମାଜିକ କାର୍ଯ୍ୟ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା । ଶେଷରେ ଫାଉଣ୍ଡର ପ୍ରେସିଡେଣ୍ଟ ଏମ୍ ଶଙ୍କର ରାଓଙ୍କୁ ଉପଢକୌନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କେ. ତିରୁପତି ରାଓ, ଜୀ. ବଦ୍ରି ନାରାୟଣ, ପି ଲକ୍ଷ୍ମଣ ରାଓ, ଏମ୍ ଈଶ୍ୱର ରାଓ, କେ. ଅପ୍ପାରାଓ ପ୍ରମୁଖ ନୂତନ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments