Homeaccidentବାଇକକୁ ଧକ୍କା ଦେଲା ଟ୍ରକ, ଦମ୍ପତିଙ୍କ ମୃତ୍ୟୁ

ବାଇକକୁ ଧକ୍କା ଦେଲା ଟ୍ରକ, ଦମ୍ପତିଙ୍କ ମୃତ୍ୟୁ

କେନ୍ଦୁଝର, (୨୩/୦୯) : ଆପ୍ର : କେନ୍ଦୁଝର ଟାଉନ ଥାନା ଅଞ୍ଚଳର ଧୁରପଦା ନିକଟରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍ ଧକ୍କାରେ ବାଇକରେ ଯାଉଥିବା ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉଭୟଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଦମ୍ପତି ଏକ ବାଇକରେ ଯାଉଥିବା ସମୟରେ ଧୁରପଦା ନିକଟରେ ଏକ ଟ୍ରକ୍ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ବାଇକରେ ଥିବା ଉଭୟ ରାସ୍ତାରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ମୃତ ଦମ୍ପତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ତେଲକୋଇ ବ୍ଲକର ଜଗମୋହନ ଅଞ୍ଚଳର ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି । ଦୁର୍ଘଟଣା ପରେ ଟ୍ରକ୍‌ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ଅନ୍ୟପଟେ ଖବର ପାଇ କେନ୍ଦୁଝର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରିଛି। ଏହାସହ ଦୁର୍ଘଟଣାର କାରଣ ଏବଂ ଫେରାର ଟ୍ରକ୍‌କୁ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ଜାଣିବା ସହ ପରିବାରଲୋକଙ୍କୁ ଖୋଜିବା ପାଇଁ ମଧ୍ୟ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments