Homelocalବନ୍ୟାରେ ଉଜୁଡ଼ିଲା ଜନଜୀବନ, ଦୁର୍ଦ୍ଦଶାରେ ଛଟପଟ ଏବେ ବି ଜଳ ବନ୍ଦୀ ରେ ପୁରୁଷୋତ୍ତମପୁର ଅଞ୍ଚଳ...

ବନ୍ୟାରେ ଉଜୁଡ଼ିଲା ଜନଜୀବନ, ଦୁର୍ଦ୍ଦଶାରେ ଛଟପଟ ଏବେ ବି ଜଳ ବନ୍ଦୀ ରେ ପୁରୁଷୋତ୍ତମପୁର ଅଞ୍ଚଳ ବାସୀ 

  • ହେଲେ ବିପତ୍ତି ବେଳେ ନେତାମନ୍ତ୍ରୀଙ୍କ ଦେଖା ନାହିଁ । ପ୍ରସାଶନ ଓ ସରକାରୀ ଜଳବନ୍ଦୀ ଲୋକଙ୍କ ପାଖରେ ପହଞ୍ଚି ନାହିଁ

ପୁରୁଷୋତ୍ତମପୁର, (୩୦/୧୦) : ଆପ୍ର : ଋଷିକୁଲ୍ୟା ନଦୀ ବନ୍ୟାର ପ୍ରକୋପରେ ଦୋହଲିଯାଇଛି ସାରା ପୁରୁଷୋତ୍ତମପୁର ବ୍ଲକ୍ ଅଞ୍ଚଳର ଧନଜନଜୀବନ ।WhatsApp Image 2026 10 30 at 20.11.00

ବନ୍ୟାଜଳ ହ୍ରାସ ପାଇଛି, ହେଲେ ଲୋକଙ୍କ ଦୁର୍ଦ୍ଦଶା କମିବାର ନାଁ ଧରୁନାହିଁ । କାହାର ଘରେ ବନ୍ୟାର ଯନ୍ତ୍ରଣା, ତ ଆଉ କାହାର ଚାଷଜମିରେ ଉଜୁଡ଼ିଯାଇଛି ବର୍ଷକର ଫସଲ । କା ଘରେ ଦୁଇ ଦିନ ଧରି ପିଲାଛୁଆ ଭୋକ ଉପାସରେ ଦିନ କାଟୁଛନ୍ତି । ଜୀବନ ଓ ଜୀବିକାକୁ ନେଇ ଚିନ୍ତାରେ ଦିନ କାଟୁଛନ୍ତି ହଜାର ହଜାର ପରିବାର।ଗତ କାଲି ବନ୍ୟା ଜଳ ସହର ମଧ୍ୟକୁ ପଶି ଯେଉଁ ତାଣ୍ଡବ ରଚିଛି ସେଥିରୁ ସହର ବାସୀ ନିଜ ଉଜୁଡା ସଂସାରକୁ ସଜାଡ଼ିବା ପାଇଁ ଚେଷ୍ଠା କରୁଛନ୍ତି । କିନ୍ତୁ ଦୁଃଖ ଓ ପରୀତାପ ର ବିଷୟ ହେଲା ଏତେବଡ଼ ଦୁର୍ଦ୍ଦିନରେ କୌଣସି ନେତା କି କର୍ମୀଙ୍କ ଦେଖା ନାହିଁ ।WhatsApp Image 2026 10 30 at 20.10.59 1

ଯାହାଫଳରେ କନକା, କୁମାରୀ ୱାର୍ଡର ଲୋକମାନେ ଅତିଷ୍ଠ ହୋଇପଡିଛନ୍ତି ସେହି ୱାର୍ଡ ମାନଙ୍କରେ ବର୍ତ୍ତମାନ ସୁଦ୍ଧା ପାଣି ଘେରି ରହିଛି ଯାହାଫଳରେ ଲୋକମାନେ ରାଜରାସ୍ତାକୁ ଆସି ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଛି ଲ ଫଳସ୍ୱରୂପ ସ୍ଥାନୀୟ କାର୍ୟନିର୍ବାହୀ ଅଧିକାରି ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି ସେମାନେ ଅଧିକାରୀଙ୍କୁ ଘେରାଉକରୀ ବିଭିର୍ନ ପ୍ରକାରର ସମସ୍ୟା କୁ ଉପସ୍ଥାପନ କରିଥିଲେ l ଓ ତୁରନ୍ତ ସମାଧାନ କରିବାକୁ ଦାବି କରିଥିଲେ ।WhatsApp Image 2026 10 30 at 20.10.59

ଏଠାରେ ସୂଚନାଥାଉ ନିର୍ବାଚନ ଆସିଲେ ଭୋଟ ପାଇଁ ଘରେ ଘରେ ପହଞ୍ଚୁଥିବା ନେତାମାନେ ଆଜି ବିପନ୍ନଙ୍କ ଦୁଃଖ ଶୁଣିବାକୁ କାହିଁକି ଆସୁନାହାନ୍ତି ବୋଲି ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି । ବିପଦ ବେଳେ ଜନତାଙ୍କ ପାଖରେ ଛିଡ଼ା ହେବା ହିଁ ଜନପ୍ରତିନିଧିଙ୍କ ପ୍ରକୃତ ଦାୟିତ୍ୱ, କିନ୍ତୁ ଏହି ଦାୟିତ୍ୱ ପାଳନରେ ଅବହେଳା ହେଉଥିବା ଅଭିଯୋଗ ଉଠୁଛି । ଏତଦ ବ୍ୟତୀତ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା, ଚାଷୀଙ୍କୁ କ୍ଷତିପୂରଣ, ଘରଭଙ୍ଗା ଲୋକଙ୍କୁ ଆର୍ଥିକ ସହଯୋଗ ଏବଂ ଦୁର୍ଗତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ବ୍ୟବସ୍ଥା କରିବା ପାଇଁ ଜନସାଧାରଣରେ ଦାବି ଜୋର ଧରିଛି । ଆସନ୍ତୁ ଜନସାଧାରଣ କଣ୍ କହିଛନ୍ତି ଶୁଣିବାକୁ ବାକି ରହିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments