Homelocalଜଳକାରେ ପୁଣି ବଢ଼ିଲା ବନ୍ୟାଜଳ, ଚାଷଜମିରେ ଲହଡ଼ି ମାରୁଛି ପାଣି

ଜଳକାରେ ପୁଣି ବଢ଼ିଲା ବନ୍ୟାଜଳ, ଚାଷଜମିରେ ଲହଡ଼ି ମାରୁଛି ପାଣି

ଜଳେଶ୍ବର, (୦୯/୦୮) : ଆପ୍ର : ଜଳକାରେ ବନ୍ୟା ଯୋଗୁ ହତାଶ ହୋଇଛନ୍ତି ଚାଷୀ । ବନ୍ଯା ଜଳ ନିଷ୍କାସନ ସୁବିଧା ନଥିବାରୁ ଏବେ ବି ହଜାର ହଜାର ହେକ୍ଟର ଚାଷ ଜମିରେ ଲହଡି ମାରୁଛି ବନ୍ଯା ପାଣି ।

କିଛି ଦିନରୁ ପୂର୍ବରୁ ରୁଆ ଯାଇଥିବା ଧାନତଳି ପଚିଗଲାଣି। ନଦୀ ଉପରମୁଣ୍ତ ମୟୁରଭଞ୍ଜ ରେ ପ୍ରବଳ ବର୍ଷା ଯୋଗୁ ପୂଣି ଜଳସ୍ତର ବଢୁଥିବା ରୁ ଚାଷୀ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବସ୍ତା ବ୍ଲକ ମଥାନୀ ଠାରେ ସତର୍କ ସଙ୍କେତ ୬ ମିଟର ଥିବାବେଳେ ବିପଦ ସଙ୍କେତ ରହିଛି ୬.୫୦ ମିଟର। ସକାଳ ୮ଟା ସୁଦ୍ଧା ୬.୩୮ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି ।

ଅନ୍ୟ ପଟେ ବନ୍ୟା ଛାଡିବାର ୧୨ ଦିନ ପରେ ବି ଲୋକ ଙ୍କ ଦୁର୍ଦ୍ଦଶା କମିନି । ବସ୍ତା ବ୍ଲକର ୧୦ରୁ ଉର୍ଦ୍ଧ୍ବ ପଞ୍ଚାୟତରେ ଧାନ ଚାଷ ବ୍ଯାପକ କ୍ଷତିଗ୍ରସ୍ତ ହୋଇଛି । ଅନ୍ୟପଟେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ କଇଁନ୍ତରା ପଞ୍ଚାୟତ ବାଞ୍ଜିପାଲି ଗାଁର ଶହ ଶହ ଏକର ଚାଷଜମି ଜଳମଗ୍ନ। ପାଣି ଜମି ରହିଥିବାରୁ ତଳି ପଚି ସଢି ଗଲାଣି । ଏପଟେ ରାସ୍ତାରେ ୨୫ ଫୁଟର ଘାଇ ସୃଷ୍ଟିହୋଇ ଚାଷଜମି ବାଲିଚର ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments