Homebreaking newsବଙ୍ଗୋମୁଣ୍ଡା କଲେଜରେ ଭୋଟର ସଚେତନତା ଶିବିର: ସ୍ଲୋଗାନ, ବିତର୍କ ଓ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ...

ବଙ୍ଗୋମୁଣ୍ଡା କଲେଜରେ ଭୋଟର ସଚେତନତା ଶିବିର: ସ୍ଲୋଗାନ, ବିତର୍କ ଓ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼, ୧୪।୦୮।୨୬: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ବଙ୍ଗୋମୁଣ୍ଡା ସ୍ଥିତ ପି. ଏସ୍. ଡିଗ୍ରୀ କଲେଜ ପରିସରେ ‘ସାମଗ୍ରୀକ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ଅଂଶଗ୍ରହଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।WhatsApp Image 2026 08 15 at 8.50.53 AM

ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ “ନିର୍ବାଚନ ଏବଂ ଭୋଟର ଅଂଶଗ୍ରହଣର ଗୁରୁତ୍ୱ” ଶୀର୍ଷକ ସ୍ଲୋଗାନ ଲିଖନ ପ୍ରତିଯୋଗିତା ଏବଂ “ଗଣତନ୍ତ୍ରକୁ ମଜବୁତ କରିବାରେ ନିର୍ବାଚନର ଭୂମିକା” ଶୀର୍ଷକ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହା ସହିତ କଲେଜରେ “ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ – ୨୦୨୬” କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା, ଯାହା ୭୦-କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପାଇଁ ଉଦ୍ଦିଷ୍ଟ ଥିଲା। ପି. ଏସ୍. ଡିଗ୍ରୀ କଲେଜର ଅଧ୍ୟକ୍ଷ ଡକ୍ଟର ସୁଭେନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ-ତଥା-ଡେପୁଟି କଲେକ୍ଟର (ନିର୍ବାଚନ) ହରେକୃଷ୍ଣ ମେହେର, ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ-ତଥା-ଗୋଷ୍ଠି ଉନ୍ନୟନ ଅଧିକାରୀ, ବଙ୍ଗୋମୁଣ୍ଡା ନିତୁଶ୍ରୀ ମେହେର ଏବଂ ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ -ତଥା-ସହକାରୀ ଜିଲ୍ଲାପାଳ ତୁଷାରକାନ୍ତ ମହଲା। ସେମାନେ ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟରଙ୍କ ଅଧିକାର ଓ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।WhatsApp Image 2026 08 15 at 8.50.53 AM 1

କଲେଜର ଅଧ୍ୟାପକ ନଟବର ବେହେରା ଏହି କାର୍ଯ୍ୟକ୍ରମଟିକୁ ସଞ୍ଚାଳନ କରିଥିବାବେଳେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ କଲେଜର ଅଧ୍ୟାପକ ଅଲୋକ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments