Homelocalକୋଡିଙ୍ଗାମାଳି ବକ୍ସାଇଟ ଖଣି ସମ୍ପ୍ରସାରଣ ପାଇଁ ଜନଶୁଣାଣି ଅନୁଷ୍ଠିତ

କୋଡିଙ୍ଗାମାଳି ବକ୍ସାଇଟ ଖଣି ସମ୍ପ୍ରସାରଣ ପାଇଁ ଜନଶୁଣାଣି ଅନୁଷ୍ଠିତ

ରାୟଗଡା, (୨୧/୦୬) : ଆପ୍ର : ରାୟଗଡା ଓ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଏବଂ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ୍‌ ଅନ୍ତର୍ଗତ କୋଡିଙ୍ଗାମାଳି ବକ୍ସାଇଟ ଖଣିର ବାର୍ଷିକ ଉତ୍ପାଦନ କ୍ଷମତାକୁ ୩.୬ ମିଲିୟନ ଟନରୁ ୬ ମିଲିୟନ ଟନକୁ ବୃଦ୍ଧି କରିବା ପ୍ରସ୍ତାବକୁ ନେଇ ଆଜି ରାୟଗଡା ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପରେ ଏକ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 06 21 at 17.33.49

ଏହି ଜନଶୁଣାଣିରେ ରାୟଗଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଓ ଅଶୋକ ଭୋଇ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା ସମେତ ଓ.ଏମ.ସି ର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସେମାନେ ଉଭୟ ଜିଲ୍ଲାର ପ୍ରଭାବିତ ଅଞ୍ଚଳର ଲୋକଙ୍କ ମତାମତ ଓ ସମସ୍ୟା ଶୁଣିବା ସହିତ ସେଗୁଡ଼ିକୁ ଲିଖିତ ଆକାରରେ ଗ୍ରହଣ କରିଥିଲେ । ଜନଶୁଣାଣିରେ ଅଂଶଗ୍ରହଣ କରିଥିବା ସ୍ଥାନୀୟ ବାସିନ୍ଦାମାନେ କହିଥିଲେ ଯେ, ବକ୍ସାଇଟ ଖଣିର ସମ୍ପ୍ରସାରଣ ହେଲେ ଅଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବା ସହ ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ସୁବିଧାର ବିକାଶ ହେବ ।

ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ହେବା ସହ ଅଞ୍ଚଳର ସାମଗ୍ରିକ ଉନ୍ନତି ସମ୍ଭବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି । ଜନଶୁଣାଣି ସମୟରେ ଉପସ୍ଥାପିତ ସମସ୍ତ ମତାମତ ଓ ଅଭିଯୋଗର ଭିଡିଓଗ୍ରାଫି କରାଯାଇଥିଲା । ଏହି ସମସ୍ତ ତଥ୍ୟ ଓ ରିପୋର୍ଟ ସଂଗ୍ରହ କରି ରାଜ୍ୟ ସରକାରଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି ରାୟଗଡା ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ସୂଚନା ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments