ରାୟଗଡା, (୦୧/୦୯) : ଆପ୍ର : ରାୟଗଡା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ଭାବେ ପରିଚିତ ପ୍ରେସ୍ ୟୁନିଅନ ରାୟଗଡା ତରଫରୁ ସାମ୍ବାଦିକ ସ୍ବର୍ଗତଃ ରାଜୀବ ଲୋଚନ ପଣ୍ଡାଙ୍କ ଅସହାୟ ପିତା ଉଦୟନାଥ ପଣ୍ଡା ଓ ମାତାଙ୍କୁ ଭତ୍ତା ପ୍ରଦାନ କରାଯାଇଛି ।
ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୟୁନିଅନ ସଭାପତି ଇପିଲି ସର୍ବେଶ୍ୱର ରାଓ ଙ୍କ ନେତୃତ୍ୱରେ ଗୁମୁଡା ଖିଲିଙ୍ଗ ରାଇସ୍ଥିତ ପିତା ମାତାଙ୍କ ବାସଗୃହରେ ପହଂଚି ମାସିକ ଏକ ହଜାର ଟଙ୍କା ହିସାବରେ ଆଗାମୀ ବର୍ଷ ପୁର୍ବରୁ ୧୧ ମାସର ୧୧ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଅବସରରେ ବୃଦ୍ଧବୃଦ୍ଧା ପିତାମାତା ୟୁନିଅନର ସବୁ ସଭ୍ୟଙ୍କୁ ଆସିର୍ବାଦ କରିବା ସହ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି । ପ୍ରେସ୍ ୟୁନିଅନର ଭତ୍ତା ଭଳି ଯୁଗାନ୍ତକାରୀ ପଦକ୍ଷେପକୁ ସାଧାରଣରେ ବେସ୍ ପ୍ରଶଂସା କରାଯାଇଛି ।
ସାମ୍ବାଦିକ ମାନଙ୍କ କ୍ଷେତ୍ରରେ ରାଜ୍ୟ କିମ୍ବା କେନ୍ଦ୍ର ସାମ୍ବାଦିକଙ୍କ ମୁର୍ତ୍ୟୁ ପରେ ତାଙ୍କ ଅସହାୟ ଓ ଯୁବିୟନ୍ 75 ପାଇକୌଣସି ମାସିକ ଭତ୍ତା ଵ୍ୟଵସ୍ଥା କରିନଥିବା ବେଳେ, ପ୍ରେସ୍ ୟୁନିଅନ ରାୟଗଡା ପକ୍ଷରୁ ତାଙ୍କ ସଭ୍ୟଙ୍କ ଉଧେଶ୍ୟଉ ଲଗାତାର ଭତ୍ତା ପ୍ରଦାନ କରାଯାଉଥିବାରୁ ଗଣମାଧ୍ୟମ ମହଲରେ ଆଶାର କିରଣ ଜାଗ୍ରତ ହୋଇଛି । ୟୁନିଅନ ସାଧାରଣ ସମ୍ପାଦକ ଶିବାଜୀ ଦାଶ କହିଛନ୍ତି ୟୁନିଅନ ଏକ ପରିବାର । ପରିବାର ଭିତରେ ଯେ କୌଣସି ସଭ୍ୟର ଅସହାୟ ସମୟରେ ଆମ ଏକତା ସଂଗଠନକୁ ସୂଦୃଢ କରିଛି ।
ପ୍ରତ୍ୟକ ସଭ୍ୟଙ୍କ ଅସହାୟ ପଛରେ ୟୁନିଅନ ପାଚେରୀ ଭଳି ସୁରକ୍ଷା ଦେବାକୁ ପ୍ରୟାସରତ । ଆମ ୟୁନିଅନ ଏକ ଉଦାହରଣ ସୃଷ୍ଟି କରି ସରକାରଙ୍କୁ ବାର୍ତ୍ତା ଦେଇଛି ରାଜ୍ୟ ସରକାର ସାମ୍ବାଦିକଙ୍କ ଭତ୍ତା ନେଇ ଗୁରୁତର ସହ ତର୍ଜମା କରନ୍ତୁ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି । ଏଥିରେ ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାଶ ,କୋଷାଧକ୍ଷ ଧରଣୀଧର ପଟନାୟକ, ବରିଷ୍ଠ ସଭ୍ୟ ଅମୁଲ୍ୟ ନିସାଙ୍କ ଉପସ୍ଥିତ ଥିଲେ ।

