Homebreaking newsପୋଲିସକୁ ନିଶା ମାଫିଆଙ୍କ ଆକ୍ରମଣ, କାର୍ ଚଢ଼ାଇ ମାରିଦେବାକୁ ଉଦ୍ୟମ

ପୋଲିସକୁ ନିଶା ମାଫିଆଙ୍କ ଆକ୍ରମଣ, କାର୍ ଚଢ଼ାଇ ମାରିଦେବାକୁ ଉଦ୍ୟମ

ଜଗତସିଂହପୁର, (୧୩/୦୯) : ଆପ୍ର : ପୋଲିସକୁ ନିଶା ମାଫିଆଙ୍କ ଆକ୍ରମଣ । କାର୍ ଚଢ଼ାଇ ମାରିଦେବାକୁ ଉଦ୍ୟମ । ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ଆକ୍ରମଣ କଲେ ଡ୍ରଗ୍ସ ମାଫିଆ ।

ଜଗତସିଂହପୁର ଜିଲ୍ଲା ସଦର ଥାନା କଲେଜ ଛକ ଠାରେ ଆକ୍ରମଣ ହୋଇଛି । କାର ଚଢାଇ ମାରି ଦେବାକୁ ଉଦ୍ୟମ କରିଥିଲେ ମାଫିଆ । ଏଥିରେ ପୋଲିସ କନେଷ୍ଟବଳ ନିତ୍ୟାନନ୍ଦ ସେନାପତି ଆହତ ହୋଇଛନ୍ତି । ଡ୍ରଗ୍ସ ମାଫିଆ ଭିକି ପରିଜା ଓ ଜାକି ପରିଜାଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ୩ଜଣ ଫେରାର ଅଛନ୍ତି । ବିଳମ୍ବିତ ରାତିରେ ପ୍ରେଟ୍ରୋଲିଂ ସମୟ ରେ ପାଞ୍ଚଜଣ ଏକ କାର ରେ କନେଷ୍ଟବଳ ନିତ୍ୟାନନ୍ଦ ସେନାପତିଙ୍କ ଉପରକୁ ଚଢାଇ ଦେଇଥିଲେ। ସେ ଦୌଡ଼ିବାରୁ ତାକୁ ଗୋଡାଇଥିଲେ । ଫଳରେ ସେ ପଡ଼ିଯିବାରୁ ତାଙ୍କ ହାତ ଭାଙ୍ଗିଯାଇଛି ।

ଏହି ଘଟଣାରେ ଡ୍ରଗ୍ସ ମାଫିଆ ଭିକି ପରିଜା ଓ ଜାକି ପରିଜାଙ୍କୁ ପୋଲିସ ଗିରଫ କରିଛି । ତେବେ ଘଟଣାରେ ସମ୍ପୃକ୍ତ ଆଉ ତିନିଜଣ ଫେରାର ଥିବା ଜଣାପଡ଼ିଛି । ସେମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି । ପୋଲିସ ଉପରେ ଏଭଳି ଆକ୍ରମଣକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଘଟଣାରେ ବ୍ୟବହୃତ କାର୍ ସମ୍ପର୍କରେ ମଧ୍ୟ ପୋଲିସ ତଦନ୍ତ କରୁଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା କରି ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ହାସଲ କରିବାକୁ ପୋଲିସ ଉଦ୍ୟମ କରୁଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments