Homelocalପୋଖରୀରେ ବୁଡ଼ି ନବନିଯୁକ୍ତ ଗୃହରକ୍ଷୀଙ୍କ ମୃତ୍ୟୁ

ପୋଖରୀରେ ବୁଡ଼ି ନବନିଯୁକ୍ତ ଗୃହରକ୍ଷୀଙ୍କ ମୃତ୍ୟୁ

ଯାଜପୁର, (୦୪/୦୯) : ଆପ୍ର : ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ଏକ ପୋଖରୀରେ ବୁଡ଼ି ନବନିଯୁକ୍ତ ଗୃହରକ୍ଷୀଙ୍କ ମୃତ୍ୟୁ ଘଟିଛି ।

ମୃତକ କଳିଙ୍ଗନଗର ଥାନା ରଣାଗୁଣ୍ଡି ଗ୍ରାମର ରାକେଶ ଜେନା । ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ରାକେଶ ନିକଟରେ ଯାଜପୁର ଜିଲ୍ଲାରେ ଗୃହରକ୍ଷୀ ଭାବେ ନବ ନିଯୁକ୍ତି ପାଇଥିଲେ । କିଛିଦିନ ହେବ ପ୍ରଶିକ୍ଷଣ ନେବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ରହି ଆସୁଥିଲେ । ଆଜି ସକାଳେ କୌଣସି କାରଣବଶତଃ ରାକେଶ ସାଥୀ କର୍ମଚାରୀଙ୍କ ସହ ନିକଟସ୍ଥ ପୋଖରୀକୁ ଧୋଇ ହେବାକୁ ଯାଇଥିବା ବେଳେ ପୋଖରୀରେ ଗୋଡ ଖସି ଯିବାରୁ ସେ ବୁଡ଼ି ଯାଇଥିଲେ । ଖବର ପାଇ ଯାଜପୁର ରୋଡ ଓ ରସୁଲପୁର ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରି ଦୀର୍ଘ ସମୟ ପରେ ରାକେଶଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଚିକିତ୍ସା ପରେ ଡାକ୍ତର ରାକେଶଙ୍କୁ ମୃତ ଘୋଷଣା କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments