Homelocalପୋଖରୀରେ ବୁଡି ଯୁବକର ମୃତ୍ୟୁ, ପୋଲିସ ତଦନ୍ତ ଆରମ୍ଭ

ପୋଖରୀରେ ବୁଡି ଯୁବକର ମୃତ୍ୟୁ, ପୋଲିସ ତଦନ୍ତ ଆରମ୍ଭ

ଆଠମଲ୍ଲିକ, (୨୪/୦୯) : ଆପ୍ର : ପୋଖରୀରେ ବୁଡି ଯୁବକର ମୃତ୍ୟୁ । ମୃତ ଯୁବକ ହେଲେ ଆଠମଲ୍ଲିକ ଉପକଣ୍ଠରେ ଥିବା ହରିଜନ ସାହିର ଦୀନବନ୍ଧୁ ମୁଖି ।

ସୂଚନା ମୁତାବକ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା ଏକ ପୋଖରୀରେ ବୁଡି ଅଘଟଣ ହୋଇଥିବା ଜଣାପଡିଛି ।ଦୀନବନ୍ଧୁଙ୍କ ସମ୍ପର୍କୀୟ ଭାଇ ଜଟାଧାରୀ ମୁଖି କହିବା ଅନୁସାରେ ଗତ କାଲି ପବିତ୍ର ଭାଦ୍ରବ ମାସ ବଡ ଏକାଦଶୀ ତିଥିରେ ହରିଜନ ସାହିରେ କରମସାନି ଦେବୀଙ୍କର ପୂଜାର୍ଚ୍ଚନା ଚାଲିଥିଲା । ସେଠାରେ ବସ୍ତି ବାସିନ୍ଦା ମାନେ ପୂଜାରେ ସାମିଲ ଥିଲେ ।

ପ୍ରାୟ ସନ୍ଧ୍ୟା ବେଳକୁ ଦୀନବନ୍ଧୁ ମୁଖି ପୋଖରୀକୁ ଗାଧୋଇବାକୁ ଆସି ଆଉ ଫେରି ନଥିଲେ । ବସ୍ତି ବାସିନ୍ଦାର ପିଲା ମାନେ ଖୋଜିବାକୁ ଆସି ପୋଖରୀ କୂଳରେ ତାର ଚପଲ ଓ ଗଞ୍ଜି ଥିବାର ଦେଖିଥିଲେ । ମାତ୍ର ଦୀନବନ୍ଧୁଙ୍କୁ ପାଇନଥିଲେ । ଆଜି ସକାଳେ ତାକୁ ଖୋଜିବାରେ ବିଫଳ ହୋଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିବାରେ ଦୀନବନ୍ଧୁର ମୃତ ଦେହକୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସରଜମିନ ତଦନ୍ତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ପ୍ରକାଶ କରିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments