Homelocalତାମ୍ପରା ହ୍ରଦର ଜଳସ୍ତର ବୃଦ୍ଧି, ପାଣି ଘେରରେ ବ୍ୟାଙ୍କ କଲୋନୀ

ତାମ୍ପରା ହ୍ରଦର ଜଳସ୍ତର ବୃଦ୍ଧି, ପାଣି ଘେରରେ ବ୍ୟାଙ୍କ କଲୋନୀ

ଛତ୍ରପୁର, (୨୪/୦୯) : ଆପ୍ର : ଛତ୍ରପୁରରେ ପାଣି ଘେରରେ ଘର । ଛତ୍ରପୁର ପୌର ପରିଷଦ ବ୍ୟାଙ୍କ କଲୋନୀରେ ଘର ଭିତରେ ପଶିଲା ବର୍ଷା ପାଣି

ତାମ୍ପରା ହାଦ୍ରର ପାଣି ସଠିକ ନିଷ୍କାସନ ହୋଇ ନପାରି ପାଣି ଏବେ ସାହି ଭିତରେ ପଶିବାକୁ ଲାଗିଲାଣି । ଫଳରେ ସାହିର କିଛି ଘର ଏବେ ପାଣି ଘେରରେ ରହିଛନ୍ତି । ପାଣିର ଜଳସ୍ତର ବୃଦ୍ଧି ପାଉଥିବାରୁ ବିପଦରେ ରହିଛି । ତୁହାକୁ ତୁହା ବର୍ଷା ଲାଗିରହିଥିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ରାସ୍ତା ଉପରେ ବର୍ଷା ପାଣି ଜମି ଯାତାୟାତ ବାଧାପ୍ରାପ୍ତ ହୋଇଛି । ଛତ୍ରପୁର ଉପକଣ୍ଠ ତାମ୍ପରା ହ୍ରଦର ଜଳସ୍ତର ବୃଦ୍ଧି ପାଇବାରୁ ଏହାର ଆଖପାଖ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି। ପାଣି ଘେରରେ ରହିଥିବା ଜଣାପଡ଼ିଛି । ଫଳରେ ସ୍ଥାନୀୟ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ପାଣି ନିଷ୍କାସନ ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଜିଲ୍ଲାପାଳ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments