Homelocalପୁଣି ଫୁଲୁଛି ବୈତରଣୀ ଜଳସ୍ତର, ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ

ପୁଣି ଫୁଲୁଛି ବୈତରଣୀ ଜଳସ୍ତର, ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ

ଯାଜପୁର, (୦୨/୦୯) : ଆପ୍ର : ପୁଣି ଫୁଲୁଛି ବୈତରଣୀ ଜଳସ୍ତର । ଉପର ମୁଣ୍ଡରେ ଲଘୁଚାପ ଜନିତ ବର୍ଷା ପାଇଁ ବୈତରଣୀରେ ଜଳସ୍ତର ବୃଦ୍ଧି

ବୈତରଣୀ ଏବଂ ଏହାର ଶାଖା ନଦୀ କାଣୀରେ ବନ୍ୟାପାଣି ବୃଦ୍ଧି ଯୋଗୁ ପାଣିରେ ଉବୁଟୁବୁ ହେଉଛି ଦଶରଥପୁର ବ୍ଳକ ବାସିନ୍ଦା । ବ୍ଲକର ୧୯ ଗ୍ରାମପଞ୍ଚାୟତର ୬୨ଟି ଗାଁ ପ୍ରଭାବିତ ହୋଇଛି । ପୂର୍ବ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇ ମରାମତି କାର୍ଯ୍ୟ ସରିନାହିଁ । ପୁଣି ଜଳସ୍ତର ବଢିବାରୁ ନିର୍ମାଣଧୀନ ଘାଇ ବାଟେ ଗାଁକୁ ବନ୍ୟାପାଣି ମାଡି ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି ।

ଦଶରଥପୁର ବ୍ଲକରେ ବନ୍ୟା ସ୍ଥିତିରେ ସମାନ୍ୟ ସୁଧାର ଆସୁଥିବା ବେଳେ ପୁଣି ଏହି ବନ୍ୟା ପାଣି ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ରହିଛି । ଅନେକ ଗାଁ ଦାଣ୍ଡରେ ବନ୍ୟା ପାଣି ଚାଲିଛି । ଡୋଭାବିଲ ଅଞ୍ଚଳରେ ଏବେ ବି ୧୦୦ରୁ ଅଧିକ ପରିବାର ପାଲ ତଳେ ଜୀବନ କାଟୁଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ପାଇଁ ପୁଣି ସ୍କୁଲ ଛୁଟି ଘୋଷଣା । ଜିଲ୍ଲାର ଦଶରଥପୁର ଓ ବିଂଝାରପୁର ବ୍ଲକ ର ୭୧ ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments