Homeaccidentଡ୍ରେନରେ ପଶିଗଲା କାର୍, ଦମ୍ପତି ମୃତ

ଡ୍ରେନରେ ପଶିଗଲା କାର୍, ଦମ୍ପତି ମୃତ

ପାରାଦୀପ, (୦୨/୦୯) : ଆପ୍ର : ଡ୍ରେନରେ ପଶିଗଲା କାର୍, ଦମ୍ପତି ମୃତ । ଅଣନିଶ୍ବାସୀ ହୋଇ ଚାଲିଗଲା ଦୁଇ ଜଣଙ୍କ ଜୀବନ ।

ମୃତକ ହେଲେ ପାରାଦୀପ ମେରାଇନ ବିଭାଗର ଅବସରପ୍ରାପ୍ତ ବିଭୁତି ଦାସ ଏବଂ ତାଙ୍କ ପତ୍ନୀ ପ୍ରତିମା ଦାସ। ଚଣ୍ଡିଖୋଲ-ପାରାଦୀପ ରାସ୍ତା ପାରାଦୀପଗଡ ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଦୁର୍ଘଟଣା ଘଟିଛି । ଗତକାଲି ବିଭୂତି ଏବଂ ତାଙ୍କ ପତ୍ନୀ କାରରେ ପାରାଦୀପ ଗଡ଼ରେ ଥିବା ତାଙ୍କ ସଡୁଙ୍କ ଘରକୁ ବୁଲିବାକୁ ଯାଇଥିଲେ । ବିଳମ୍ବିତ ରାତିରେ ଫେରୁଥିବା ସମୟରେ ମୁଖ୍ୟ ରାସ୍ତା ଉପରକୁ ଉଠୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଡ୍ରେନକୁ ଓଲଟି ପଡ଼ିଥିଲା କାର ।

କାରଟି ପାଣି ଭିତରେ ବୁଡ଼ିରହିଥିବା ବେଳେ ସ୍ୱାମୀ, ସ୍ତ୍ରୀ ବାହାରକୁ ବାହାରି ପାରିନଥିଲେ। । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଏବଂ ଲକ୍ ଥାନା ପୋଲିସ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଅଠରବାଙ୍କି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments