Homebreaking newsପୁଣି ବାଲିଅନ୍ତାରେ ବର୍ବରତା, ଲୁହା ରଡ୍‌ରେ ପିଟି ଯୁବକଙ୍କୁ ହତ୍ୟା ଅଭିଯୋଗ

ପୁଣି ବାଲିଅନ୍ତାରେ ବର୍ବରତା, ଲୁହା ରଡ୍‌ରେ ପିଟି ଯୁବକଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ବର, (୨୩/୧୦) : ଆପ୍ର : ପୁଣି ବାଲିଅନ୍ତାରେ ବର୍ବରତା । ଆକ୍ରମଣରେ ଗୁରୁତର ଯୁବକଙ୍କ ମୃତ୍ୟୁ । ମୃତକ ବାଲିନ୍ତା ଥାନା ପାଟଣା ଗାଁ’ର ରିଙ୍କୁ ମାର୍ଥା ।

ସାମାନ୍ୟ ବଚକ୍ଷାରୁ ଗତ ୨୦ ତାରିଖ ଅପରାହ୍ନରେ ରିଙ୍କୁଙ୍କୁ ଲୁହା ରଡ ରେ ଆକ୍ରମଣ କରିଥିଲେ ୨ ଭାଇ । ଗୁରୁତର ରିଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଗତକାଲି ରିଙ୍କୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସିସିଟିଭିରେ କଏଦ ହୋଇଛି ଆକ୍ରମଣର ଭିଜୁଆଲ । ଘଟଣାରେ ଅଭିଯୁକ୍ତ ମହେଶ କୁମାର ରାୟ ବାହାଦୁରକୁ ଗିରଫ କରିଛି ପୋଲିସ । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଛି ବାଲିଅନ୍ତା ପୋଲିସ ।

ଏହି ଆକ୍ରମଣ ଘଟଣାର ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପୋଲିସ ଏହି ଫୁଟେଜ୍‌କୁ ଆଧାର କରି ଘଟଣାର ତଦନ୍ତ ଚଳାଇଛି । ଘଟଣାରେ ଅଭିଯୁକ୍ତ ମହେଶ କୁମାର ରାୟ ବାହାଦୁରଙ୍କୁ ପୋଲିସ ଗିରଫ କରିଛି । ଏହି ଆକ୍ରମଣରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ଭୂମିକା ସମ୍ପର୍କରେ ମଧ୍ୟ ତଦନ୍ତ କରାଯାଉଛି । ଏହି ଘଟଣାରେ ଆକ୍ରମଣର ପ୍ରକୃତ କାରଣ, ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ଏବଂ ଆଇନଗତ ପଦକ୍ଷେପ ସମ୍ପର୍କରେ ପୋଲିସ ତଦନ୍ତ ପରେ ଅଧିକ ସୂଚନା ମିଳିପାରିବ । ସ୍ଥାନୀୟ ଅଞ୍ଚଳରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ସହ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments